ଚୈତ୍ରମାସ ଚତୁର୍ଥ ମଙ୍ଗଳବାର ତାରା ତାରିଣୀଙ୍କ ଯାତ୍ରା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଆଜି ହେଉଛି ଚୈତ୍ରମାସର ଚତୃର୍ଥ ପାଳି ମଙ୍ଗଳବାର ଯାତ୍ରା। ରାତ୍ର ଏକ ଘଣ୍ଟରୁ ଚୁଟି ମୁଣ୍ଡନ ପାଇଁ ଆସିଥିବା ବ୍ୟକ୍ତି ମାନେ ତଳେ ୪ଗୋଟି ସ୍ଥାନରେ ହୋଇଥିବା ମୁଣ୍ଡନ ଶାଳରେ ଧାଡିରେ ଠିଆ ହୋଇ ମୁଣ୍ଡନ ଟିକଟ କରି ସନ୍ତାନ ମାନଙ୍କ ମୁଣ୍ଡନ ଏବଂ ସ୍ନାନ କାର୍ଯ୍ୟ କରି କେତେକ ସିଡି (ପାବଛ) ରେ ଆଉକେତେ ରୋପୱେ ଏବଂଅନ୍ୟମାନେ ମନ୍ଦିର ବସ ରେ ପାହାଡ଼ ଉପରକୁ ଯାଇ ସେଠାରେ ଦର୍ଶନ ନିମନ୍ତେ ଧାଡିରେ ରହିଥିଲେ | ରାତ୍ର ତିନି ଘଣ୍ଟାରୁ ମାଙ୍କ ସମସ୍ତ ରୀତିନୀତି ସମ୍ପର୍ଣ୍ଣ ହୋଇ ସକାଳ ଚାରିଘାଣ୍ଟ ସମୟରେ ଦ୍ଵାର ଖୋଲା ଯାଇ ଥିଲା | ମଙ୍ଗଳ ଆଳତି ସହିତ ଭକ୍ତ ମାନେ ମା ତାରାତାରିଣୀ ଙ୍କ ଦୁର୍ଗତିନାଶିନୀ ରୂପକୁ ଦର୍ଶନ କରି ତାଙ୍କର କୃପା ଭିକ୍ଷା କରିଥିଲେ | ପ୍ରଚଣ୍ଡ ରୌଦ୍ରତାପ ସତ୍ୱେ ଲକ୍ଷା ଧିକ ଭକ୍ତଙ୍କ ଭିଡ଼ ଲାଗିରହିଛି | ଆସିଥିବା ଭକ୍ତ ମାନେକିପରି ଶାନ୍ତିଶୃଙ୍ଖଳାର ସହିତ ମା ଙ୍କୁ ଦର୍ଶନ କରି ନିଜ ଗୃହକୁ ଫେରିବେ ସେ ନେଇ ଜିଲ୍ଲା ପ୍ରଶାସନ , ତଥା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ , ଦେବଦତ୍ତ ମହନ୍ତ, ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା, ରଞ୍ଜିତ କୁମାର ପୃଷ୍ଟି,ଙ୍କ ସହ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ, ପୁରୁଷୋତ୍ତମପୁର ଥାନା ଅଧିକାରୀ ବିପିନ ବିହାରୀ ହୋତାଙ୍କ ସହ ସମସ୍ତ ଥାନା ଷ୍ଟାଫ ଓ 5 ଜଣ ଏସ୍ଡ଼ିପିଓ, 15 ଜଣ ଆଇ ଆଇ ସି, 60ଜଣ ଏସ ଆଇ, 100 ଜଣ ଏ ଏସ ଆଇ ଏବଂ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ | ଚୋରି, ଡକାୟତି, ଗଣ୍ଡଗୋଳ କୁ ରୋକିବା ପାଇଁ ସାଧା ପୋଷାକରେ ପୁଲିସ ମାନେ ଜଗି ରହିଥିଲେ | ଏହା ସହିତ ସମସ୍ତ ବିଭାଗୀୟ ଅଧିକାରୀ ଯଥା ଫାୟାର, ବିଦ୍ୟୁତ, ରାସ୍ତା, ପାନୀୟ ଜଳ ଯୋଗାଣ, ଅବକାରୀ, ସ୍ୱାସ୍ଥ୍ୟ, ଇରିଗେଶନ, ଯୋଗାଣ, ବିଭାଗ ସହିତ ସ୍ଥାନୀୟ ରାଇପୁର ପଞ୍ଚୟତ ଷ୍ଟାଫ, ସରପଞ୍ଚ ନମିତା ବେହେତା,ସମିତିସଭ୍ୟ ଉଷାରାଣୀ ବେହେରା, ପିଇଓ ମନୋଜ କୁମାର ସାହୁ, ବିଚିତ୍ର ବେହେରା, ଲଡ଼ୁ କିଶୋର ବେହେରା, ସମସ୍ତ ୱାର୍ଡ ମେମ୍ବର, ମାନେ ଉପସ୍ଥିତ ହୋଇ ଯାତ୍ରାରେ ପଣା ବଣ୍ଟନ ଓ ସହଯୋଗ କରିଥିଲେ | ଏମାନଙ୍କ ସହିତ ମନ୍ଦିର ପ୍ରଶାସନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି, ଟ୍ରଷ୍ଟ ସଦସ୍ୟ ପ୍ରମୋଦ କୁମାର ପଣ୍ଡା ସମସ୍ତ ସ୍ବେଛାସେବୀ, ଯୁବଗୋଷ୍ଟି ଓ ଭୁବନେଶ୍ୱର ରୁ ଆସିଥିବା ଏନଜିଓ କର୍ମକର୍ତା, ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ମନୋଜ ନାୟକ , ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ସାବତ ଅନ୍ୟନ୍ୟ ଯେଇ ମାନେ ମୁଖ୍ୟ ଯେଇ ନାଗ ଭୂଷଣ ଯାଦବ ଙ୍କ ସହବ୍ଲକଷ୍ଟାଫ,ପୁରୁଷୋତ୍ତମ ପୁର ତହସିଲଦାର ଲୋପାମୁଦ୍ରା ରଥ ଓ ସେମାନଙ୍କ ଅଫିସ ଷ୍ଟାଫ, ସ୍ଥାନୀୟ ଆରାଇ ଓ ତାଙ୍କ ଷ୍ଟାଫ ମାନଙ୍କ ପକ୍ଷରୁ ସମସ୍ତ ସହଯୋଗ ଓ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା, କୌଣସି କ୍ଷେତ୍ର ରେ ଯାତ୍ରୀଙ୍କ ଅସୁବିଧା ନହେବ ସେଥିପାଇଁ ଜିଲାପାଳ ଙ୍କ ନିର୍ଦେଶ କୁ ସମସ୍ତେ ପାଳନ କରିଥିଲେ | ରାଜ୍ୟ ତଥା ରାଜ୍ୟ ବାହାରର କୋଣ ଅନୁକୋଣ ରୁ ହଜାର ହାଜର ଭକ୍ତ ପ୍ରଚଣ୍ଡ ରୌଦ୍ର ତାପ କୁ ଖାତିରି ନକରି ସନ୍ତାନ ଙ୍କ ଚୁଟି ମୁଣ୍ଡନ ପାଇଁ ଆସିଥିଲେ | ଓ ଭୋଗ ରାଗ, ସହିତ ନିଜର, ଓ ନିମନ୍ତ୍ରିତ ସାଙ୍ଗ, ସାଥୀ, ବନ୍ଧୁ ବାନ୍ଧବ ଙ୍କୁ ଆମିଷ ରୋଷେଇ କରି ସେମାନଂକୁ ଆପ୍ୟାୟିତ କରିଥିଲେ | ଦୁଈ ଦିନ ତଳେ ଦଣ୍ଡ ଯାତ୍ରା ସରି ଯାଇଥିବାରୁ ଆଜି ପ୍ରବଳ ଭିଡ଼ ହୋଇ ଥିଲା ଏହି ପୀଠରେ | ମନ୍ଦିରର ମୁଖ୍ୟ ସେବାୟତ ବାପୁଜୀ ରଣା ଙ୍କ ସମେତ ସମସ୍ତ ସେବାୟତ ମାନେ ମାଙ୍କ ପୂଜା ଅର୍ଚନା ଏବଂ ଯାତ୍ରୀ ମାନଙ୍କୁ ସହଯୋଗ କରିଥିଲେ | ଆଉ ଗୋଟିଏ ପାଳି ପରେ ସରିବ ମାଙ୍କ ଚୈତ୍ର ମାସର 5ପାଳି ମଙ୍ଗଳ ବାର ଯାତ୍ରା |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.