ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ନର୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ରୁପ୍ରାରୋଡ ସ୍ଥିତ ବିଜେଡି କାର୍ଯ୍ୟାଳୟରେ କଳାହାଣ୍ଡି ବିଜେଡ଼ି ସମ୍ପାଦକ ଟିକେଲାଲ ସାହୁ, ନର୍ଲା ବିଧାନସଭା ବିଜେଡ଼ି ପ୍ରାର୍ଥୀନୀ ମନୋରମା ମହାନ୍ତି, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ପ୍ରମୁଖଙ୍କ ସହ ଅନେକ ବିଜେଡି କର୍ମୀ ପ୍ରମୂଖ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ଏହି ଅବସରରେ ସମସ୍ତ ନେତା ଓ କର୍ମୀମାନେ ବିଜୁ ବାବୁଙ୍କ ଆଦର୍ଶ ଓ ନୀତିକୁ ବଜାୟ ରଖିବାକୁ ଶପଥ ପାଠ କରିଥିଲେ। ବିଜୁ ପଟ୍ଟନାୟକ ହେଉଛନ୍ତି ସେବା, ତ୍ୟାଗ ଏବଂ ଓଡିଆ ସ୍ଵାଭିମାନୀର ପ୍ରତୀକ। ଏହି ମହାନ୍ ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ଉପସ୍ଥିତ ନେତୃମଣ୍ଡଳୀ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ କୌତୁକ ଖମାରୀ ମଞ୍ଚ ପରିଚାଳନା କରିଥିବାବେଳେ ରୁପ୍ରାରୋଡ ସମିତି ସଭ୍ୟା ଦୀପାଞ୍ଜଳୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।