ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ରାଜ୍ୟରେ ଦିନକୁ ଦିନ ବଢୁଥିବା ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ତିନି ଦିନ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ବନ୍ଦ୍ ରଖିବାକୁ ନିଷ୍ପତ୍ତି ନେଇ ଥିବା ଜଣା ଯାଇଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଆଜି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉ କି, ରାଜ୍ୟ ରେ ଗତ କିଛି ଦିନ ହେଲା ଅଠର ଟି ସହର ରେ ତାପମାତ୍ରା ପାଖା ପାଖି ୪୫ ଡିଗ୍ରୀ ରହିଛି ଏବଂ ଏହି ତାପମାତ୍ରା ଆହୁରି କିଛି ଦିନ ଲାଗି ରହିବ ବୋଲି ପାଣି ପାଗ ବିଭାଗ ଆକଳନ କରିଛି ।