ନର୍ଲାରେ ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ ପ୍ରଦୀପ ନାଏକ

ତୁଲାପଡାରେ ଆୟୋଜିତ ସଭାରେ କଲେ ଘୋଷଣା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ ବିଧାନ ସଭା କ୍ଷେତ୍ର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଦୀର୍ଘ ୩୦ ବର୍ଷ ଧରି ବିଜେପି ପାଇଁ ନିଷ୍ଠାପର ଭାବରେ କାର୍ଯ୍ୟ କରି ଆସିଥିବା ପୂର୍ବତନ ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, କଳାହାଣ୍ଡି ଲୋକସଭା ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ ଗତ କିଛିଦିନ ତଳେ ଦଳରୁ ଉସ୍ତଫା ଦେଇ ସାରିଥିବା ବେଳେ ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ମଙ୍ଗଳବାର ତାଙ୍କ ସମର୍ଥକ ମାନଙ୍କୁ ନେଇ  ତୁଳାପଡା ଶିବ ମନ୍ଦିର ପରିସରରେ ଏକ ବଡ ଧରଣର ସଭା କରି ନର୍ଲା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି। ଏହି ସଭାରେ ନର୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନର୍ଲା, ମ.ରାମପୁର, କର୍ଲାମୁଣ୍ଡା ଓ କେସିଙ୍ଗା ବ୍ଲକର ଶତାଧିକ ମହିଳା ପୁରୁଷ କର୍ମୀମାନେ ସମବେତ ହୋଇ ଶ୍ରୀ ନାଏକଙ୍କୁ ଦୃଢ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗତ ୩୦ ବର୍ଷ ତଳେ ପ୍ରଥମେ ନର୍ଲା ସରସ୍ୱତୀ ଶିଶୁ ମନ୍ଦିରରେ ଏହାପରେ ବିଷମକଟକ, କାଶିପୁର ଓ ଭବାନୀପାଟଣା ବ୍ରଜ ବିହାର ଶିଶୁ ବିଦ୍ୟା ମନ୍ଦିରରେ ଆଚାର୍ଯ୍ୟ ଭାବରେ କାର୍ଯ୍ୟ କରିଆସିଥିବା ଶ୍ରୀ ନାଏକ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ରହିଥିଲେ। ସୀମା ପୁନଃ ନିର୍ଦ୍ଧାରଣ ପରେ ନର୍ଲା ନିର୍ବାଚନ ମଣ୍ଡଳୀ ଅଣ ସଂରକ୍ଷିତ ଆସନ ହେବାପରେ ୨୦୦୯ ମସିହାରୁ ଶ୍ରୀ ନାଏକ ବିଜେପି ଦଳୀୟ ଟିକେଟରେ ନିର୍ବାଚନ ଲଢିବା ପାଇଁ ଲବି କରି ଆସୁଥିଲେ। ନର୍ଲାରେ ସ୍ଥାନୀୟ ପ୍ରାର୍ଥୀତ୍ୱ ପ୍ରସଙ୍ଗକୁ ନେଇ ଦାବୀ ହୋଇ ଆସୁଥିବା ବେଳେ ସ୍ଥାନୀୟ ଯୁବକ ଭାବରେ ପାର୍ଟି ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଦଳ ତାଙ୍କୁ ଅଣଦେଖା କରି ବାହ୍ୟ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଥିବାରୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଥିବା ପ୍ରେସମିଟ ଜରିଆରେ ସୂଚନା ଦେଇଥିଲେ। ତେବେ ତୁଳାପଡାଠାରେ ଅନୁଷ୍ଠିତ ସଭାରେ ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ, ଉତ୍ତର ପଧାନ, ମାନସ ପାତ୍ର, ଜୟରାମ ନାଏକ, ଯୁବରାଜ ବେହେରା, ପୂର୍ଣ୍ଣଚନ୍ଦ୍ର କୁମାର, କୁନୁ ଖାଡଙ୍ଗା, ଦେବରାଜ ନାଏକ, ଭବାନୀଶଙ୍କର ବାଗ, ସଞ୍ଜୟ ନାଏକ, ଜତୀନ୍ଦ୍ର ନାଏକ, ଯୁବରାଜ ନାଏକ ପ୍ରମୁଖଙ୍କ ସମେତ ଶତାଧିକ ସମର୍ଥକ ଉପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ ତୃଣମୂଳ ସ୍ତରରେ ତାଙ୍କ ସଙ୍ଗଠନ ମଜବୁତ ଥିବାରୁ ଶ୍ରୀ ନାଏକ ସ୍ୱାଧିନ ପ୍ରାର୍ଥୀ ହେଲେ ବିଜେପି ଭୋଟ ବ୍ୟାଙ୍କ ଉପରେ ଏହାର ସିଧା ସଳଖ ପ୍ରଭାବ ପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.