ଓଡିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟର 4ର୍ଥ ସେମିଷ୍ଟାର ଆର୍ଟ୍ସ, ସାଇନ୍ସ, ପାଇଁ ଟାଇମ ଟେବୁଲ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ରେଜିଷ୍ଟରଙ୍କ ଦ୍ୱାରା ଚିଠି ନଂ ଏକ୍ସ -34/2024/57 ପ୍ରକାରେ ଆସନ୍ତା ତା 23/04/24 ରିଖ ଠାରୁ ଆରମ୍ଭ ହେବ ବୋଲି ଗଞ୍ଜାମ ଜିଲ୍ଲାର ସବୁ କଲେଜକୁ ନୋଟିସ ଜାରି ହୋଇ ଥିଲା | କିନ୍ତୁ ସେଥିରେ ପରୀକ୍ଷା ସମୟ ଅପରାହ୍ନ 2ଘଣ୍ଟ ଠାରୁ 5ଘଣ୍ଟ ପର୍ଯ୍ୟନ୍ତ ହେବା ନେଇ ଉଲେଖ ଥିଲା | ଯାହାକୁ ନେଇଅନ୍ୟ କଲେଜ ଏବଂ ପୁରୁଷୋତ୍ତମପୁର ତାରା ତାରିଣୀ କଲେଜର ଯୁକ୍ତ ତିନି ବର୍ଷ ର ଛାତ୍ର, ଛାତ୍ରୀ ମାନେ ଦୁଃଖରେ ରହିଥିଲେ | ତାର କାରଣ ବର୍ତମାନ ପ୍ରଚଣ୍ଡ ରୌଦ୍ର ତାପ ଯାହାକି ପୁରୁଷୋତ୍ତମପୁର ବ୍ଲକ ରେ 41ଡିଗ୍ରୀ ରହୁଥିଲା ବେଳେ ସେହି ମଧ୍ୟାହ୍ନ ଖରାରେ କେଉଁ ପିଲାଟି ଘରୁ ବାହାରି ଆସିବ, ଏହିଦ୍ୱନ୍ଦ୍ୱ ଭିତରେ ଛାତ୍ର,ଛାତ୍ରୀ ରହିଥିଲା ବେଳେ ଏହି ଖବର ଶୁଣି କିଛି ସାମ୍ବାଦିକ ବନ୍ଧୁ, ,କୁଲପତିଙ୍କୁ ଏହା ଉପରେପଚାରି ଥିଲେ | ଏବଂ କୁଲପତି ମଧ୍ୟ ଏହି କଥା କୁ ହୃଦୟଙ୍ଗମ କରି ସେ ପରୀକ୍ଷା କମିଟି ସହ ଆଲୋଚନା କଲେ ଓ ଶେଷରେ ପରୀକ୍ଷା ସମୟ ଟିକୁ ପରିବର୍ତ୍ତନ କରି ଦିବା 9ଘଣ୍ଡ ଠାରୁ 12 ଘଣ୍ଟ ମଧ୍ୟରେ କରିଛନ୍ତି | ଯାହାକି ସ୍ୱାଗତ ଯୋଗ୍ୟ ଅଟେ | ତେବେ ପରୀକ୍ଷା ସମୟ ସକାଳ 8ଘଣ୍ଟ ଠାରୁ ଦିନ 11 ଘଣ୍ଟ କରିଥିଲେ ଛାତ୍ର, ଛାତ୍ରୀ ମାନେ ଆଉଟିକେ ସୁବିଧା ପାଇଥାନ୍ତେ ବୋଲି ଅଭିଭାବକ ମାନେ ମତ ଦେଇଛନ୍ତି | କିନ୍ତୁ ନିୟମ ପରିବର୍ତ୍ତନ ହୋଇ ଥିବାରୁ ଛାତ୍ର, ଛାତ୍ରୀ ମାନେ କୂଳ ପତି ଙ୍କୁ ବହୁତ ବହୁତ ଧନ୍ୟବାଦ ପ୍ରଦାନ କରିଛନ୍ତି | ଏବଂ ମହା ବିଦ୍ୟାଳୟ ର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କଲେଜ ଷ୍ଟାଫ ମଧ୍ୟ ଏହି ନିୟମ ପରିବର୍ତ୍ତନ ହୋଇ ଥିବାରୁ ବିଶ୍ୱ ବିଦ୍ୟାଳୟ ଅଧିକାରୀଙ୍କୁ କୃତଜ୍ଞତା ଜଣାଇ ଛନ୍ତି |