ପ୍ରଚାର ମୈଦାନରେ ଧର୍ମଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀନୀ ରଶ୍ମିରେଖା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): ଚଳିତ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଦିନଠାରୁ ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି, ବିଜେପି ଓ କଂଗ୍ରେସ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି ପ୍ରାର୍ଥୀ। ଏହି କ୍ରମରେ ଶନିବାର କଂଗ୍ରେସ ବିଧାୟିକା ପ୍ରାର୍ଥୀନୀ ରଶ୍ମିରେଖା ରାଉତ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିଗୁଡାଠାରୁ ପ୍ରଚାର ଆରମ୍ଭ କରି କୋକସରା, ଗମ୍ଭାରୀଗୁଡା, ଟେମରା ଆଦି ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଭୋଟରଙ୍କ ନିକଟତର ହୋଇଛନ୍ତି। ଏବଂ ପରିବର୍ତ୍ତନର ନାରା ଦେଇ ରଶ୍ମିରେଖା ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି। ଆଜିର ଏହି ପ୍ରଚାର ସମୟରେ କୋକସରା ବ୍ଲକ କଂଗ୍ରେସ ସଭାପତି ଲିଙ୍ଗରାଜ ବେହେରା, ତ୍ରିଭୁବ ନାଏକ, ନବୀନ ନାଏକ, ମହେନ୍ଦ୍ର ଧାରୁଆ, ମାଧୁରୀ ନିଆଲ, ଆମପାଣି ଜୋନ୍ ସଭାପତି ହରିଶ୍ଚନ୍ଦ୍ର ନାଏକ, କୋକସରା ଜୋନ୍ ସଭାପତି କମଲ ନାଏକ, ମୋଟେର ଜୋନ୍ ସଭାପତି ଜତିନ୍ଦ୍ର ଦଲେଇ, ନାରାୟଣ ଶର୍ମା, ପାର୍ଥ ଗୋପାଳ ସମେତ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.