ମ.ରାମପୁର ବ୍ଲକ ଅଞ୍ଚଳରେ ପ୍ରଚାର କରି ଭୋଟ ଭିକ୍ଷା କଲେ ଅନିରୁଦ୍ଧ ପଧାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାର୍ଥୀପତ୍ର ପ୍ରତ୍ୟାହାର ସରି ନିର୍ବାଚନୀ ଚିହ୍ନ ମିଳିବା ପରେ ମଇ ୧ରୁ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଥିଲେ। ପ୍ରଚାରର ଆଜି ପଞ୍ଚମ ଦିନରେ ବିଜେପିର ନର୍ଲା ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ ମ.ରାମପୁର ବ୍ଲକ ଅଞ୍ଚଳର ୧୮ରୁ ଉର୍ଦ୍ଧ୍ଵ ଗାଁରେ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଯୋଜନା ନେଇ ତୃଣମୂଳ ସ୍ତରରେ ପ୍ରଚାର ଜାରି ରଖିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅନିରୁଦ୍ଧ ପଧାନ। ମାନ୍ୟବର ପ୍ରଧାମନ୍ତ୍ରୀଙ୍କ ମୋଦୀଙ୍କୁ ତୃତୀୟ ପାଳିରେ ପ୍ରଧାମନ୍ତ୍ରୀ ପଦରେ ଆସିନ କରେଇବା ପାଇଁ ବିଧାୟକ ପ୍ରାର୍ଥୀ ଓ ସାଂସଦ ପ୍ରାର୍ଥୀନୀ ମାଳବିକା ଦେଓଙ୍କୁ ମଧ୍ୟ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାଇ ଡବଲ ଇଞ୍ଜିନ ସରକାର ଗଢିବାରେ ସହାୟକ ହୁଅନ୍ତୁ ବୋଲି ଅନୁରୋଧ କରି ଭୋଟ ଭିକ୍ଷା କରିଥିଲେ। ନିଜ ସମର୍ଥକ, ଦଳୀୟ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ନେଇ ମ.ରାମପୁର ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ ନର୍ଲା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ପଧାନ। ଜନତା ଜନାର୍ଦ୍ଦନଙ୍କ ଭରପୁର ସମର୍ଥନ ରହିଛି। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଏଥର ଡବଲ ଇଞ୍ଜିନ ସରକାର ହେବ। ପଦ୍ମଫୁଲ ନିଶ୍ଚୟ ଫୁଟିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଅନିରୁଦ୍ଧ ପଧାନ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.