ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ବିଜେପୁର ଶିବ ମନ୍ଦିର ଛକ ନିକଟରେ ନାତୁଣୀର ବାହାଘର ପାଇଁ ଟଙ୍କା ନେଇ ଗୋପବନ୍ଧୁ ସାହୁ ନିଜ ଘରକୁ ଆସୁଥିବା ବେଳେ ବାଇକ ଅଟକାଇ ହତ୍ୟା ଧମକ ଦେଇ ୧ ଲକ୍ଷ ଟଙ୍କା ଦୁଇ ଦୁର୍ବୁର୍ତ୍ତ ଲୁଟି ନେଇଥିବା ବିଜେପୁର ଥାନାରେ ଶୁକ୍ରବାର ଅଭିଯୋଗ ହୋଇଛିI ସୂଚନାନୁସାରେ ବିଜେପୁର ଥାନା ଅନ୍ତର୍ଗତ ସାହାଜପଡା ଗ୍ରାମର ଗୋପବନ୍ଧୁ ସାହୁ ନିଜ ନାତୁଣୀର ବାହାଘର ପାଇଁ କଲ୍ୟାଣ ସିଙ୍ଗପୁର କପା ମାଲିକ ଗୌରୀଶଙ୍କର ରାଓ ଠାରୁ ନିଜର କପା ବିକ୍ରି କରିଥିଲା।ପୂର୍ବରୁ କିଛି ଟଙ୍କା ଆଣିଥିବା ବେଳେ ବଳକା ୧ ଲକ୍ଷ ଟଙ୍କା ନାତୁଣୀର ବାହାଘର ନିମନ୍ତେ ନେଇ ଆସୁଥିଲେ I ଠିକ ଏହି ସମୟରେ ବିଜେପୁରର ଶିବ ମନ୍ଦିର ଛକ ନିକଟରେ ଗୁରୁବାର ସନ୍ଧ୍ୟା ସାଢେ ୬ ଘଣ୍ଟା ସମୟରେ ବିଜେପୁର ଗାଁର ଜଗତ ନାଏକ ଓ ପୁଖେର ଗାଁର ଉପେନ୍ଦ୍ର ନାଏକ ବାଇକକୁ ଅଟକାଇ ହତ୍ୟା ଧମକ ଦେଇ ଜୋର ଜବରଦସ୍ତ ମୋର ପେଣ୍ଟ ପକେଟରୁ ଉପେନ୍ଦ୍ର ୧ ଲକ୍ଷ ଟଙ୍କା ନେଇ ଚୁପ ରହ ନଚେତ ଛୁରୀରେ ଭୂଷି ଜୀବନରେ ମାରି ଦେବୁ ବୋଲି ଧମକ ଦେଇଥିବା ଯୋଗୁଁ ମୁଁ ଭୟଭୀତ ହୋଇ ଯାଇଥିଲି ବୋଲି ପ୍ରକାଶ କରିଛନ୍ତି ଗୋପବନ୍ଧୁ। ଠିକ୍ ଏହି ସମୟରେ ବିଜେପୁର ପ୍ରଧାନୀପଡାର ବଳରାମ ନାଗ ଓ ସାହାଜପଡାର ରଘୁନାଥ ସାହୁ ଘଟଣା ସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ଦେଖି ଦୁର୍ବୁର୍ତ୍ତ ମାନେ ଟଙ୍କା ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା କହିଛନ୍ତି ଗୋପବନ୍ଧୁ।ଏଣୁ ଉକ୍ତ ଦୁଇ ଦୁର୍ବୁର୍ତ୍ତଙ୍କ ଠାରୁ ଟଙ୍କା ନ ଆଣିଲେ ମୋର ନାତୁଣୀର ବାହାଘର ଖର୍ଚ୍ଚ କେମିତି କରିବି ବୋଲି ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀ ସାହୁ।ଏନେଇ ବିଜେପୁର ଥାନା ଅଧିକାରୀ ରଘୁନାଥ ମାଝୀଙ୍କୁ ପଚାରିବାରୁ ଆଜି ୧ ଲକ୍ଷ ଟଙ୍କା ଡ଼କାୟତିକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ।