ଜୁନ ୪ରେ ‘ଇଣ୍ଡିଆ ମେଣ୍ଟ’ ନୂଆ ସରକାର ଗଢ଼ିବାକୁ ଯାଉଛି – ଖଡ଼ଗେ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ସମାଜବାଦୀ ପାର୍ଟୀ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲକ୍ଷ୍ନୌରେ ଏକ ଖବରଦାତା ସମ୍ମିଳନୀ ଡକାଇଥିଲେ । ଏଥିରେ ଖଡ଼ଗେ କହିଛନ୍ତି ଯେ ଦେଶରେ ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହୋଇଛି । ବିରୋଧୀ ମେଣ୍ଟ ମଜଭୂତ ସ୍ଥିତିରେ ଅଛି । ପୁରା ବିଶ୍ୱାସରେ କହିବାକୁ ଚାହୁଁଛି ଯେ ହିନ୍ଦୁସ୍ତାନର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦାୟ ନିଶ୍ଚିତ କରିଛନ୍ତି । ଜୁନ ୪ରେ ‘ଇଣ୍ଡିଆ ମେଣ୍ଟ’ ନୂଆ ସରକାର ଗଢ଼ିବାକୁ ଯାଉଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ଇତି ମଧ୍ୟରେ ଦେଶରେ ଲୋକସଭା ନିର୍ବାଚନ ଲାଗି ୪ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ବାକି ନିର୍ବାଚନ ଲାଗି ଦେଶରେ ଜୋରଦାର ପ୍ରଚର କରୁଛନ୍ତି ଶାସକ ଓ ବିରୋଧୀ । ଆଉ ବୁଧବାର କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲୋକସଭା ନିର୍ବାଚନକୁ ନେଇ ବଡ଼ ଦାବି କରିଛନ୍ତି । ନିର୍ବାଚନର ୪ ପର୍ଯ୍ୟାୟ ଶେଷ ହେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ମଜଭୂତ ସ୍ଥିତିରେ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.