ଗୋଲଡେନ ସ୍ପୋର୍ଟ୍ସ କ୍ଳବ ଇଣ୍ଟର ଭିଲେଜ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ

ଚଣାଲିମାକୁ ହରାଇ ବେଦାନ୍ତ ନଗର ଚାମ୍ପିଅନ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ନିୟମଗିରି ବେଦାନ୍ତ ନଗର ଖେଳପଡିଆଠାରେ ଗୋଲଡେନ ସ୍ପୋର୍ଟ୍ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ ଇଣ୍ଟର ଭିଲେଜ୍ ନକ୍ଆଉଟ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ମ୍ୟାଚ୍ ନିୟମଗିରି ବେଦାନ୍ତ ନଗର ଓ ଚଣାଲିମା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଚଣାଲିମା ଦଳ ପ୍ରଥମେ ଟସ୍ ଜିତି ଫିଲଡିଂ କରିଥିବା ବେଳେ ନିୟମଗିରି ବେଦାନ୍ତ ନଗର ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ବିନିମୟରେ ୯ ଉଇକେଟ୍ ହରାଇ ୧୨୫ ରନ୍ କରିଥିଲେ। ଜବାବରେ ଚଣାଲିମା ଦଳ ୧୧ ଓଭର ୪ ବଲ ବିନିମୟରେ ସମସ୍ତ ଉଇକେଟ୍ ହରାଇ ୧୧୧ ରନ୍ କରି ବେଦାନ୍ତ ନଗର ଦଳ ଠାରୁ ପରାଜୟ ହୋଇଥିଲେ। ଏହି ମ୍ୟାଚରେ ୧୪ ରନରେ ନିୟମଗିରି ବେଦାନ୍ତ ନଗର ଚାମ୍ପିଅନ ହେଇଥିଲା।ଆଜିର ଫାଇନାଲ ମ୍ୟାଚରେ ଇସତିଆକ୍ ଖାନ୍ ଓ ପ୍ରବୀଣ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ଧାରା ବିବରଣୀ ମଧୁସୂଦନ ବାଗ ଓ ଶ୍ରୀମୁଖ ଅଗସ୍ତି କରିଥିଲେ। ସେହିପରି ସ୍କୋର ବୋର୍ଡରେ ବିଶ୍ୱାଳ ପାଣି ସହଯୋଗ କରିଥିଲେ। ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ସିଏସ୍ ଆର ମୁଖ୍ୟ ଶିଶିର ତରଫଦାର ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥିଭାବେ ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ସ୍କୁଲ ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ, ବେଦାନ୍ତ ନଗର ବଡ ଡଙ୍ଗରିଆ ମାଝୀ, ସିଏସଆର ବିଭାଗର ଶ୍ରୀମୁଖ ଅଗସ୍ତି, ଦଶରଥ ମାଝୀ, ସାମ୍ବାଦିକ କ୍ଷମାନିଧି ମହାଖୁଡ, ହରି ମାଝୀ, ରଘୁନାଥ ପାଣି, ପୁଙ୍ଗରି ମାଝୀ, ପାତ୍ର ମାଝୀ, ସୁପାରୀ ମାଝୀ, ଶିକ୍ଷକ ମଧୁସୂଦନ ବାଗ, ବାସୁଦେବ ମାଝୀ, କରୁଣାକର ସାହୁ, ତାରିଣୀ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନିୟମଗିରି ବେଦାନ୍ତ ନଗର ଗୋଲଡେନ ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ସଭାପତି ପବିତ୍ର ମାଝୀ, ଉପସଭାପତି ସନ୍ତୋଷ ମାଝୀ, ସମ୍ପାଦକ ଶତ୍ରୁଘନ ଚାଲାଣ, ସହ ସମ୍ପାଦକ କପୁର ନାଗ, କୋଷାଧ୍ୟକ୍ଷ ଜିତେନ୍ ମାଝୀ, ଦୁଷ୍ମନ୍ତ ପ୍ରଧାନୀ, ଉମେଶ ଚାଲାଣ, ସୋମେଶ ମାଝୀ, ପ୍ରଶାନ୍ତ ମାଝୀ, ଗୋବିନ୍ଦ ମାଝୀ, ସୁବ୍ରତ ମାଝୀ, ଭୁଜ ମାଝୀ, ଲଳିତ ଚାଲାଣ, ଶେଷଦେବ ଚାଲାଣ, ମୁନା ମାଝୀ ସମେତ ସ୍ପୋର୍ଟ୍ସ କ୍ଳବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ଏହି ପ୍ରତିଯୋଗିତା ମେ ୧୯ ତାରିଖରେ ଆରମ୍ଭ ହୋଇ ଆଜି ଫାଇନାଲ ମ୍ୟାଚ ଖେଳା ଯାଇଥିବା ବେଳେ ଏଥିରେ ୨୦ ଟି ଦଳ ଅଂଶଗ୍ରହଣ କରିଥିଲେ।  ବିଜେତାଙ୍କୁ ଟ୍ରଫି ସହ ୪୦ ହଜାର ଟଙ୍କା ଏବଂ ଉପ ବିଜେତାଙ୍କୁ ଟ୍ରଫି ସହ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଚେକ ଦ୍ୱାରା ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.