କର୍ଲାମୁଣ୍ଡା,୨୯/୬ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଗାଁ ମଧ୍ୟରେ ଥିବା ଡ୍ରନ ଗୁଡିକର ପୂନ୍ନରୁଦ୍ଧର ପ୍ରତି ସ୍ଥାନୀୟ ପ୍ରଶାସନ ଆଦ୍ୟ ଦୃଷ୍ଟି ଦେଉନଥିବା ବେଳେ ବର୍ଷା ସମୟ ପାଖେଇ ଆସୁଥିବାରୁ ପରିମଳ ବ୍ୟବସ୍ତା ଵିପର୍ଯ୍ୟସ୍ଥ ହେବାର ଆଶଙ୍କା ରହିଛି । ଡ୍ରନ ଗୁଡିକ ର ପୁନ୍ନରୁଦ୍ଧାର ନହେବା ଓ ସଠିକ ପରିମଳ ପରିଚାଳନା ଅଭାବ ହେତୁ ପ୍ରାୟତଃ ଏ ସମସ୍ୟା ସବୁବେଳେ ଦେଖା ଦେ ଦେଇଥାଏ । ଲୋକଙ୍କ ସଚେତନାର ଅଭାବ ହେତୁ ଡ୍ରେନ ଗୁଡିକରେ ଘର ର ମଇଳା ଅବର୍ଜନା ପକାଉଥିବାରୁ କାମ ସମୟ ମଧ୍ୟ ରେ ଡ୍ରନ ଗୁଡିକ ପୋତି ହୋଇଯାଉଛି । ଯଦ୍ଵାରା ମଇଳା ପାଣି ରାସ୍ତା ଉପରକୁ ମାଡି ଆସୁଥିବା ବେଳେ କେତେକ ସ୍ଥାନରେ ଜମି ରହି ର୍ଦୂଗନ୍ଧ ସୃଷ୍ଟି କରୁଛି । ଏହି କାରଣରୁ ମଶା ,ମାଛି ଉପଦ୍ରବ ବୃଦ୍ଧି ପାଇଲାଣି ଶେଷରେ ଏହା ସଂକ୍ରମିତ ରୋଗର କାରଣ ପାଲଟିବା ତେଣୁ ପଂଚାୟତ ବ୍ଲକ ଓ ଜଳ ପରିମଳ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜିବି ମହଲରୁ ମତ ପ୍ରକାଶ ପାଇଛି ।
କର୍ଲାମୁଣ୍ଡାରୁ ବାଲକୁମାର ସାହୁଙ୍କ ରିପୋର୍ଟ odiabarta.in