ସଇଁତଲା,୩୦/୬ : ଆମ୍ବପାଲି ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ବାଗଙ୍କ ସଭାପତତ୍ୱରେ ଶିକ୍ଷକ, ଅଭିଭାବକ ଓ ଶିକ୍ଷା ପ୍ରେମୀ ମନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ଶ୍ରିଯୁକ୍ତ ବାଗ ବିଦ୍ୟାଳୟ ର ଉନ୍ନତି ଦୃଷ୍ଟି ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ । ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଉପସ୍ଥିତ ଶତ ପ୍ରତିଶତ ହେବ, ମଧ୍ୟାନ୍ନ ଭୋଜନ,ସାଇକେଲ ଷ୍ଟାଣ୍ଡ, ଛାତ୍ର ଓ ଛାତ୍ରୀ ବୃତ୍ତି, ବିଭିନ୍ନ କ୍ରୀଡ଼ା ଏବଂ ଶିକ୍ଷା ଦାନ ଉପରେ ଆଲୋକପାତ କରାଯାଇଥିଲା । ବିଦ୍ୟାଳୟର ବୃକ୍ଷ ରୋପଣ ତଥା ପ୍ରତି ତିନି ମାସରେ ପିଟିଏ ସଭା ହେବା ପାଇଁ ସ୍ଥିରକୃତ ହୋଇଛି । ଉକ୍ତ ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ସଭା ଶେଷରେ ହିନ୍ଦୀ ଶିକ୍ଷକ ଶ୍ରିଯୁକ୍ତ କ୍ଷେତ୍ର ମେହେର ଧନ୍ୟବାଦ ଦେଇ ସଭା କୁ ସାଙ୍ଗ କରିଥିଲେ ।