ନ୍ୟାଶନାଲ ସୁଇମିଂ ର‌୍ୟାଙ୍କିଙ୍ଗ ଚାମ୍ପିୟନଶିପ; ଓଡିଶା ସନ୍ତରଣକାରୀଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ନ୍ୟାଶନାଲ ସୁଇମିଂ ର‌୍ୟାଙ୍କିଙ୍ଗ ଚାମ୍ପିୟନଶିପରେ ଓଡିଶା ସନ୍ତରଣକାରୀଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ତୃତୀୟ ଦିବସରେ ଓଡିଶାକୁ ୫ ପଦକ ମିଳିଛି । ୫୦ ମିଟର ବଟରଫ୍ଲାଏ ଇଭେଂଟରେ ସୃଷ୍ଟି ଉପାଧ୍ୟାୟ, ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ମନ୍ନତା ମିଶ୍ର ସ୍ୱର୍ଣ୍ଣ, ୧୦୦ ମିଟର ବ୍ୟାକଷ୍ଟ୍ରୋକରେ ପ୍ରତ୍ୟୁଷା ରାୟ ରୌପ୍ୟ, ୨୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ଦିବ୍ୟଙ୍କା ପ୍ରଧାନ ରୌପ୍ୟ ଏବଂ ୪୦୦ ମିଟର ଫ୍ରିଷ୍ଟାଇଲରେ ଅଭିନବ ସିଂ ବ୍ରୋଞ୍ଜ ପଦକ ଜିତିଛନ୍ତି । ଦ୍ୱିତୀୟ ଦିବସରେ ଓଡିଶା ପ୍ରତିଯୋଗୀମାନେ ୬ଟି ପଦକ ଜିିତିଥିଲେ । ଏଥିରେ ୨ ସ୍ୱର୍ଣ୍ଣ, ୧ ରୌପ୍ୟ ଓ ୩ ବ୍ରୋଞ୍ଜ ପଦକ ସାମିଲ ଥିଲା । ୧୦୦ ମିଟର ବ୍ରେଷ୍ଟ ଷ୍ଟ୍ରୋକରେ ମନ୍ନତା ୧:୧୪.୦୫ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ଜିତିଥିଲେ । ୧୦୦ ମିଟର ବଟରପ୍ଲାଏରେ ସୃଷ୍ଟି ୧:୦୩.୦୪ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପ୍ରଥମ ଦିବସରେ ଓଡିଶାକୁ ୫ ପଦକ ମିଳିଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.