ଲାଞ୍ଜିଗଡ଼ ଦୁର୍ଗମ ଅଞ୍ଚଳରେ ରଜ ପର୍ବ : ନୂଆ ପୋଷାକ ସହ ଦୋଳିର ମଜା ନେଉଛନ୍ତି କୁଆଁରୀ ଝିଅ ଆଉ ବୋହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ପହିଲି ରଜ। ମାଟି ଓ ଆକାଶର ମିଳନର ପର୍ବ, କୃଷିଭିତ୍ତିକ ପର୍ବ ପାଇଁ ଉତ୍ସବମୁଖର ଗାଁଠୁ ସହର। ଓଡ଼ିଆଙ୍କ ଗଣପର୍ବରେ ପୁର ପଲ୍ଲୀଠୁ ସହର-ସବୁଠି ଚାଲିଛି ରଜ ମଉଜ। ଘରେ ଘରେ ପିଠାପଣା ମହକ। ନୂଆ ପୋଷାକ ସହ ହାତରେ ମେହେନ୍ଦି, ପାଦରେ ଅଳତା ଲଗାଇ ଦୋଳି ମଜା ନେଉଛନ୍ତି କୁଆଁରୀ ଝିଅ ଆଉ ବୋହୁ। ଦୋଳିରେ ଝୁଲି ଗାଉଛନ୍ତି ରଜ ଗୀତ; ‘ବନସ୍ତେ ଡାକିଲା ଗଜ, ବରଷ କେ ଥରେ ଆସିଛି ରଜ…।’ ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଉପାନ୍ତ ଅଞ୍ଚଳ ବୋଲି ସମଗ୍ର ରାଜ୍ୟରେ ପରିଚିତ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଚଳିତବର୍ଷ କିନ୍ତୁ ଏହି ରଜପର୍ବ ଅତି ଆଡ଼ମ୍ବରରେ ପାଳନ ହେଉଥିବା ଦେଖିବାକୁ ମିଳିଛି। ଉପାନ୍ତ ଅଞ୍ଚଳ ମାନଙ୍କରେ ଏହି ପର୍ବ ନିହାର ଢଙ୍ଗରେ ଆଗ୍ରହର ସହିତ ପାଳନ କରାଯାଉଛି। ଗ୍ରାମର ଯୁବତ, ଯୁବତୀ କୁନିକୁନି ଶିଶୁ କଳାକାର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚ, ଗୀତ, କଳା କୈାଶଳର ପରିବେଷଣ କରୁଛନ୍ତି। ତେବେ ଏ ପଯ୍ୟନ୍ତ ଓଡ଼ିଶାରେ ମୌସୁମୀ ପହଞ୍ଚିନି। ହେଲେ କେଉଁଠି ଝିପି ଝିପି ତ ଆଉ କେଉଁଠି ଅସରାଏ ବର୍ଷା ଭିଜାଇଛି ମାଟି। ଯେମିତି ପହିଲି ରଜକୁ ସ୍ବାଗତ କରୁଛି ବର୍ଷା। ଏହାରି ଭିତରେ ସଜେଇ ହୋଇଛି ଗାଁଠାରୁ ସହର। ରଜଗୀତର ତାଳେ ତାଳେ ଚାଲିଛି ରଜ ମଉଜ। ରଜ ପାନର ମଜା, ଏପଟେ ଘରେ ଘରେ ପିଠା ମିଠାର ଆସର। ଗାଁ ଠୁ ସହର ସବୁଠି ଉତ୍ସବର ମାହୋଲ। କୃଷିଭିତ୍ତିକ ପର୍ବ ରଜ। ଧରିତ୍ରୀ ଏବେ ରଜସ୍ବଳା। ସେଥିପାଇଁ ରଜ ତିନି ଦିନ ଧରି ମାଟି ଖୋଳା ଆଉ ଚାଷ କରିବା ଉପରେ ରହିଛି ବାରଣ। ଏଥିପାଇଁ ଚାଷ କାମ ବନ୍ଦ ଥିବାବେଳେ ମହିଳାମାନେ ମଧ୍ୟ କଟାବଟା କରନ୍ତି ନାହିଁ। ପହିଲି ରଜ, ରଜ ସଂକ୍ରାନ୍ତି, ଶେଷ ରଜ- ତିନି ଦିନି ଧରି ପିଲାଠୁ ବୟସ୍କ ସମସ୍ତେ ରଜ ମସ୍ତି କରିଥାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.