ସୋନପୁର,୧/୭ :ସୁବର୍ଣ୍ଣପୁର ପୌରାଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ପୌରପରିଷଦ ପକ୍ଷରୁ ବ୍ୟାପକ ଉଦ୍ୟମ ଆରମ୍ଭ ହୋଇଛି । ବଗିତ ଦିନରେ ସୁବର୍ଣ୍ଣପୁର ପୌରାଞ୍ଚଳ ବେଆଇନ ପ୍ଲାଷ୍ଟିକ ବ୍ୟବହାର ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲକୁ ଟଣା ହୋଇଥିଲା । ଏହି ପରପ୍ରେକ୍ଷିରେ ପରିଷଦ ବାସ୍ତବତାକୁ ହୃଦୟଙ୍ଗମ କରି ବେଆଇନ
ପ୍ଲାଷ୍ଟିକ ବ୍ୟବହାର ଓ ବିକ୍ରିି ଉପରେ ଚଢଉ ଆରମ୍ଭ କରଛି । ମାଜଷ୍ଟ୍ରେଟଙ୍କ ଉପସ୍ତିତିରେ ପୌର ନିର୍ବାହୀ ଅଧିକାରୀ ଡ. ଜଗଦଶି ଚନ୍ଦ୍ର ମହା ନନ୍ଦ, ଶିବ ନାରାୟଣ ପଟ୍ଟନାୟକ, ଚନ୍ଦ୍ରଶେଖର ନାଏକ, ହରିହର ଭୋଇ ପ୍ରମୂଖ ପୋଲିସ ସହାୟତାରେ
ସହରର ବଡବଜାର ଅଞ୍ଚଳରେ ଥିବା ୭ ଟି ଦୋକାନ ଉପରେ ଚଢଉ କରି ୬୧ ବସ୍ତା
ଥର୍ମୋକଲ ଖଲିଦନା ଜବତ କରଥିିଲେ । ଏହା ସହ ୧୧ କେଜି ୪ ଶହ ଗ୍ରାମ ପ୍ଲାଷ୍ଟିକ କେରି ବ୍ୟାଗ୍ , ୩ ବସ୍ତା ପ୍ଲାଷ୍ଟିକ ଗ୍ଲାସ ଜବତ କରିବା ସହ ବେଆଇନ ପ୍ଲାଷ୍ଟିକ ବ୍ୟବହାର କରୁଥିବା ଦୋକାନୀଙ୍କ ଠାରୁ ୭ ହଜାର ୫ ଶହ ଟଙ୍କା ଜରିମନା ଆଦାୟ କରଛିନ୍ତି। ଆଗାମୀ ଦିନରେ ଚଢଉକୁ ଆହୁରି ବ୍ୟାପକ କରାଯାଇ ମନ୍ଦିର ମାଳନୀ ସହରରକୁ ସମ୍ପୁର୍ଣ୍ଣ ପ୍ଲାଷ୍ଟିକ ମକ୍ତୁ କରିବାକୁ ନିର୍ବାହି ଅଧିକାରୀ ଡ.ଜଗଦଶି ଚନ୍ଦ୍ର ମହାନନ୍ଦ ସୂଚନା ଦେଇଛନ୍ତି ।