ଜୁନ ୨୧ ବିଶ୍ଵ ଯୋଗ ଦିବସ: ସୁବର୍ଣ୍ଣପୁରରେ ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପତଞ୍ଜଳୀ ଭାରତ ସ୍ୱାଭିମାନ ସମିତି ସୋନପୁର ଓ ପୌର ପରିଷଦର ମିଳିତ ପ୍ରୟାସରେ ଗୁରୁବାର ସ୍ଥାନୀୟ ଫରେଷ୍ଟ ସ୍ମାର୍ଟ ପାର୍କ ଠାରେ ଓ ପୌର ପରିଷଦ କାର୍ଯ୍ୟାଳୟ ଠାରେ ବିଶ୍ଵ ଯୋଗ ଦିବସ ପାଳନ ଉପରେ ଏକ ପ୍ରସ୍ତୁତି ବୈଠକ ଓ ଯୋଗଭ୍ୟାସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଇଂ ମନୋରଞ୍ଜନ ପଣ୍ଡା, ପୌର ଅଧ୍ୟକ୍ଷା ତାମସି ତମସ୍ମିତା ନାଏକ, ପତଞ୍ଜଳୀ ଯୋଗ ସମିତିର ସୋନପୁର ଆବାହକ ମନୋଜ ପଣ୍ଡା, ସଦସ୍ୟ ମନୋରଞ୍ଜନ ତ୍ରୀପାଠୀ ଓ ପୌର କର୍ମଚାରୀ ଯୋଗ ଦେଇଥିଲେ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସଠାରେ ଓ ସଦର ବ୍ଲକଠାରେ ମଧ୍ଯ ଏହି ଦିବସ ପାଳନ ଅବସରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଶ୍ରୀ ରାମେଶ୍ଵର ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ, ପୌର ପରିଷଦ ପକ୍ଷରୁ ଫରେଷ୍ଟ ସ୍ମାର୍ଟ୍ ପାର୍କ ଠାରେ ମ୍ୟୁନିସପାଲିଟି ସ୍ତରୀୟ ଓ ସୋନପୁର ବ୍ଲକ୍ ପକ୍ଷରୁ ନୂଆ ଟାଉନ ହଲଠାରେ ବ୍ଲକ ସ୍ତରୀୟ ବିଶ୍ବ ଯୋଗ ଦିବସ ପାଳନ କରାଯିବ ବୋଲି ଆଜି ଏ ସମସ୍ତ ବିଭାଗରୁ ସୁଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.