ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ

ସୋନପୁର,୩/୭ : ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ହେଉଛି । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଅସୁସ୍ଥ ହୋଇ ପଡ଼ିଥିବା ଠାକୁରମାନଙ୍କୁ ୧୪ ଦିନଧରି ଅଣସର ଘରେ ଗୁପ୍ତ ସେବା କରାଯିବା ସହ ପଞ୍ଚମୂଳ ଓ ଦଶ ମୂଳ ସେବା ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଠାକୁରମାନେ ସମ୍ପସର୍ଣ୍ଣ ସୁସ୍ଥ ହେବା ପରେ ନବଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଯଥାରୀତି ପ୍ରତିଷ୍ଠା କାର୍ଯ୍ୟ, ହୋମଯଜ୍ଞ, ପଞ୍ଚାମୃତ ସ୍ନାନ ଓ ଆଳତୀ ଅନୁଷ୍ଠିତ ହୋଇଥିଲା । ଏଥିରେ କର୍ତ୍ତାଭାବେ ଗଡ଼ତ୍ୟା ଚମରୁ ଅମାତ ତଥା ଆଚାର୍ଯ୍ୟ ଦେବାର୍ଚ୍ଚନ ଦାଶ, ପୂଜକ ଗୁଣାକର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ନବନିର୍ମିତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥରେ ନେତବନ୍ଧା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୪ ତାରିଖରେ ଏଠାରେ ଛଳିଆ ପାହାଡ଼ ପାଦ ଦେଶରେ ହେବାକୁଥିବା ଶ୍ରୀଜିଉମାନଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଏବେ ରଥପଥ ପ୍ରସ୍ତୁତ ରହିଥିବାବେଳେ ଆୟୋଜକ କମିଟି ପକ୍ଷରୁ ମଧ୍ୟ ପ୍ରସ୍ତୁତି ପର୍ବ ଚୁଡାନ୍ତ ହେବା ସହ ବିଭିନ୍ନ ଘଣ୍ଟ ଦଳ, ସଂକୀର୍ତ୍ତନ ଦଳ ଓ ପହଣ୍ଡି ସେବାୟତଙ୍କୁ ନିମନ୍ତ୍ରଣ କରାଯାଇଛି ।

Advt.

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.