ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ମହକୁମା ଧାନ ମଣ୍ଡି ପରିସରରେ ବୁଧବାର ଅଣ ଆବାସିକ ସଂଯୋଗୀ ପାଠ୍ୟକ୍ରମ (ଏନ୍ଆରବିସି) ଶିକ୍ଷକ ସଙ୍ଘର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ ହୋଇଛି। ଚୈତନ୍ୟ ପୁଞ୍ଜିଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ସର୍ବସମ୍ମତି କ୍ରମେ ଡିସମ୍ବର ଖର୍ସେଲ ସଭାପତି ଭାବେ ମନୋନୀତ ହୋଇଥିଲେ। ଉପ-ସଭାପତି ଭାବରେ ଧବଳେଶ୍ଵର ମାଝୀ, ସମ୍ପାଦକ ତନୁକଲାଲ ନାଗ, ଯୁଗ୍ମ ସମ୍ପାଦକ ସ୍ବୟଂବର ନାଏକ, କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ନାଏକ ପ୍ରମୁଖ ମନୋନୀତ ହୋଇଥିଲେ। ହୃଦୟ ମଣି ସୁନା, ଅଶ୍ବିନୀ ପଟେଲ, ପ୍ୟାରୀ ଲାଲ ପଟେଲ, ସୁଶାନ୍ତ କୁମାର ବାଗ, ଗୋପୀନାଥ ବାଗ, ବୈକୁଣ୍ଠ ସମରଥ, ପିତାମ୍ବର ଶବର, ମଣ୍ଟୁ ବିହାରୀ ମୁଣ୍ଡ, ଅଭିରାମ ବାଣୁଆ, ରୁପେନ୍ଦ୍ର ସୁନାନୀ, ଚୈତନ୍ୟ ପୁଞ୍ଜି ପ୍ରମୁଖ ସଂଘର ସକ୍ରିୟ ସଦସ୍ୟ ଭାବେ ରହିଛନ୍ତି।




