ଳଡୁଗାଁ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

କଳାହାଣ୍ଡି,୨/୧୨ :

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଳଡୁଗାଁ ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ବାର ଦିବସୀୟ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟାପକ ପ୍ରେମାନନ୍ଦ ସାହାଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଳଡୁଗାଁ ସରପଞ୍ଚ କହ୍ନେଇ ଚରଣ ଦାସ ଯୋଗଦେଇ ଉଦଘାଟନ କରିଥିଲେ ।

ଯୁବ ରେଡକ୍ରସ୍ ପରାମର୍ଶଦାତା ଅଧ୍ୟାପକ ସଞ୍ଜୟ କୁମାର ପୁରୋହିତ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ  ଦେଇଥିବାବେଳେ ଅଧ୍ୟାପିକା କଲ୍ୟାଣୀ ମହାନ୍ତି  ଶିବିର ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପସ୍ଥାପନା କରିଥିଲେ। କୋକସରା ମହାବିଦ୍ୟାଳୟର ପ୍ରିୟଦର୍ଶନୀ ବେହେରା ଓ ଆରିସା ଧଙ୍ଗଡା ମାଝୀ ପ୍ରଶିକ୍ଷକ ଭାବରେ ଯୋଗଦେଇ ପ୍ରଶିକ୍ଷଣ ର କୈାଶଳ ପ୍ରଦର୍ଶନ କରିଥିଲେ।

ଅଧ୍ୟାପକ ହେମନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରଶାନ୍ତ ଯୋଷୀ, ବିରେନ୍ଦ୍ର ନାରାୟଣ ଦାସ, ଶଙ୍କର ସତନାମି,  ଭାରତ ଭୁଷଣ ଠାକୁର, ବିଭୁତି ସାହୁ, ଭାଗବତ କଟା, ତୁଳସୀରାମ ନାୟକ, ଭାନୁମତୀ ମାଝୀ ଓ ଦିବାକର ଦୁର୍ଗା ପ୍ରମୂଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ଓଡିଆ ବାର୍ତ୍ତା ସ୍ବତନ୍ତ୍ର ପ୍ରତିନିଧି ଜଗଦୀଶ ଚନ୍ଦ୍ର ନାଏକଙ୍କ ରିପୋର୍ଟ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.