କଳାହାଣ୍ଡି ଥିଏଟରର ନବଉନ୍ମେଷ କାର୍ଯ୍ୟକ୍ରମ

କଳାହାଣ୍ଡି,୦୨/୧୨: କଳାହାଣ୍ଡିର ଅଗ୍ରଣୀ ନାଟ୍ୟାନୁଷ୍ଠାନ କଳାହାଣ୍ଡି ଥିଏଟର୍ ଭବାନୀପାଟଣା ଓ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢ଼ୀପଦର ପକ୍ଷରୁ ଭବାନୀପାଟଣା ଆନନ୍ଦ ଯୋଗ କେନ୍ଦ୍ର ପରିସରରେ ଏକ ଅଭିନବ କାର୍ଯ୍ୟକ୍ରମ ‘ନବଉନ୍ମେଷ’ ଅନୁଷ୍ଠିତ ହୋଇଯାଇଛି । ନୂଆ ନୂଆ ଅଭିନୟରେ ପାଦ ଥାପୁଥିବା କଳାକାରମାନଙ୍କୁ ଉତ୍ସାହିତ ତଥା ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆଇନଜୀବୀ ତଥା ଆନନ୍ଦ ଯୋଗ କେନ୍ଦ୍ରର ସଭାପତି ହେମନ୍ତ କୁମାର ଚୌହାନ, ସଂପାଦକ ତଥା ସମାଜସେବୀ ରଞ୍ଜିତ କୁମାର ଭଟ୍ଟାଚାର୍ଯ୍ୟ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ମଂଚ ଅଭିନେତ୍ରୀ ସାବିତ୍ରୀ ମହାରଣା ମଂଚାସୀନ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମଂଚ ପରିଚାଳନା କରିଥିଲେ ଯୁବ ଲେଖକ ଡିଲେଶ୍ୱର ରଣା । ଧନ୍ୟବାଦ ଦେଇଥିଲେ ନାଟ୍ୟକାର ଦକ୍ଷ ସାହୁ । କାର୍ଯ୍ୟକ୍ରମ ପରିଚାଳନାରେ କାଜଲ ମହାରଣା, ଭୋଳାପ୍ରସାଦ ନାଗ, ପଙ୍କଜ ତାଣ୍ଡେ, ସୁବୁ ପଟ୍ଟନାୟକ, ଆଶାରାଣୀ ପଣ୍ଡା, ଅନୂଦିତା ପଣ୍ଡା, ସଂଯୁକ୍ତା ନାଗ, ପଲ୍ଲବୀ ନାଗ, ବିମଳ ସାହୁ, ଯଶୋବନ୍ତ ରଣା, ଚର୍ତୁଭୂଜ ସାହୁ, ଚନ୍ଦନ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.