ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସ୍ଵଚ୍ଛତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ଖଡ଼ିଆଳ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଏବଂ ଯୁକ୍ତ ଦୁଇର ଜାତୀୟ ସେବା ଯୋଜନା ତରଫରୁ ମହାତ୍ମାଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ପୁଣ୍ଯ ଜନ୍ମ ତିଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଵଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଯୁକ୍ତ ତିନି ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ. ସୁରଞ୍ଜନ ପ୍ରଧାନ ଏବଂ ଯୁକ୍ତ ଦୁଇ କାର୍ଯ୍ୟକମ ଅଧିକାରୀ ଅଧ୍ୟାପକ ଶୁଭେନ୍ଦୁ ନିଆଲଙ୍କ ସହଯୋଗରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ମିଶ୍ର ଯୋଗଦେଇଥିଲେ l ସମ୍ମାନୀତ ଅତିଥି ଭାବରେ ଓଡିଆ ଅଧ୍ୟାପକ ରମାକାନ୍ତ ସିଂହ ସାହାଣୀ, ପ୍ରତ୍ନତତ୍ତ୍ୱ ବିଭାଗ ଅଧ୍ୟାପକ ଖଗେଶ୍ୱର ଭୋଇ ପ୍ରମୂଖ ମଞ୍ଚାସୀନ ହୋଇଥିଲେ I ଉକ୍ତ କାର୍ଯ୍ୟକ୍ରମରେ ଡ. ମିଶ୍ର ମହାତ୍ମାଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଦେଶସେବା, ତ୍ୟାଗ ଓ ଅହିଂସା ବିଷୟ ତଥା ଜାତୀୟ ସେବା ଯୋଜନାର ସୃଷ୍ଟି, କାର୍ଯ୍ୟାବଳୀ ଏବଂ ଲକ୍ଷ୍ୟ ଉଦ୍ଦେଶ୍ଯରେ ଉଦବୋଧନ ଦେଇଥିବାବେଳେ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର, ସୁବ୍ୟକ୍ତିତ୍ୱ ଏହ ଜାତୀୟ ସେବା ଯୋଜନାରେ ସକ୍ରିୟ ଅଂଶଗ୍ରହଣ କିପରି କରିବେ ବିଷୟରେ ଉତ୍ସାହିତ କରିଥିଲେ l ଏହା ସହ ଯୁକ୍ତ ଦୁଇ କାର୍ଯ୍ୟକାରୀ ଅଧିକାରୀ ଅଧ୍ୟାପକ ଶୁଭେନ୍ଦୁ ନିଆଲ, ଅଧ୍ୟାପକ ସାହାଣୀ ଏବଂ ଅଧ୍ୟାପକ ଭୋଇ ମଧ୍ଯ ଜାତୀୟ ସେବା ଯୋଜନା ତଥା ଗାନ୍ଧୀ ଏବଂ ଶାସ୍ତ୍ରୀଙ୍କ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହା ସହିତ ସ୍ନାତୋକୋତ୍ତର ଛାତ୍ର ସୁବାଷ ବାଗ, ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ପ୍ରମୋଦ କୁମାର ବାଗ ଏବଂ ଛାତ୍ରୀ ସଂଯୁକ୍ତା ସୁନାନୀ ଜାତୀୟ ସେବା ଯୋଜନାରେ ଅଂଶଗ୍ରହଣ କରିଥିବାର ଅନୁଭୂତି ବଖାଣି ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ମାନେ କଲେଜ ପରିସରକୁ ସଫା କରିବା ସହ ବୃକ୍ଷ ରୋପଣ କରିଥିଲେ l ଏହା ସହିତ ଛାତ୍ରଛାତ୍ରୀ ମାନେ ସ୍ଵଚ୍ଛତା, ବୃକ୍ଷ ରୋପଣ ବିଷୟରେ ସ୍ଲୋଗାନ ଦେଇ ନିକଟସ୍ଥ ମୁକ୍ତାପୁର ପରିକ୍ରମା କରି ସଚେତନ କରିଥିଲେ l କାର୍ଯ୍ୟକ୍ରମରେ ସମସ୍ତଂକୁ ଜାତୀୟ ସେବା ଯୋଜନାର ଲୋଗୋ ଥିବା ଟୋପି ସହ, ଖାତା, କଲମ ଦିଆଯାଇଥିଲା l ଶେଷରେ ଯୁକ୍ତ ତିନି ଜାତୀୟ ସେବା ଯୋଜନା ଅଧିକାରୀ ଡ. ସୁରଞ୍ଜନ ପ୍ରଧାନ ଧନ୍ୟବଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.