ଗଜପତି ଜିଲ୍ଲା ଭାଜପା ପକ୍ଷରୁ ସଂଗଠନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ବିଶ୍ଵନାଥ କଲ୍ୟାଣ ମଣ୍ଡପ ଠାରେ ସଂଗଠନ ପର୍ବ ତଥା ଜିଲ୍ଲା ସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

Omkar Vasthu
Omkar Vasthu

ଭାଜପା ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ କେ: ନାୟରଣ ରାଓ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ସଂଗଠନ ପର୍ବ ପ୍ରଭାରୀ ତଥା ଆସିକା ସାଂସଦ ଅନିତା ଶୁଭଦର୍ଶୀନି ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ସଙ୍ଗଠନ ପର୍ବ ଜିଲ୍ଲା ରିଟର୍ଣିଂ ଅଧିକାରୀ କାଳୀରାମ ମାଝୀ , ସଦସ୍ୟତା ଅଭିଯାନ ପ୍ରଭାରୀ ଟି: ଗୋପୀ , ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶିବରାମ ସୁଆର , ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର , ଇ: ପ୍ରଶାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମସ୍ତ ନିମନ୍ତ୍ରିତ ଅତିଥି ତଥା ପ୍ରଭାରୀ ଗଜପତି ଜିଲ୍ଲା ସାଂଗଠନିକ ଉଭୟ ଅନଲାଇନ୍ ଓ ଅଫ ଲାଇନ ସଦସ୍ୟତା ଅଭିଯାନ , ସାଂଗଠନିକ ନିର୍ବାଚନ , ଦଳୀୟ କାର୍ଯ୍ୟକ୍ରମ ର ସକ୍ରିୟତା ନେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହି ସଂଗଠନ ପର୍ବ କର୍ମଶାଳା କାର୍ଯ୍ୟକ୍ରମରେ ଉଭୟ ପାରଳାଖେମୁଣ୍ଡି ଓ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ମଣ୍ଡଳ ସଭାପତି ତଥା ଶତାଧିକ ନେତୃବୃନ୍ଦ ଯୋଗ୍ ଦେଇଥିବା ବେଳେ ସାଧାରଣ ସମ୍ପାଦକ କାମଦେବ ବଡନାୟକ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.