ସଇଁତଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଖରିବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଜ୍ଞାନ ମେଳାର ଅଯୋଜକ ତଥା ସ୍କୁଲର ପ୍ରଧାନ ଶିକ୍ଷକ ଭୂପେନ୍ଦ୍ର ହରପାଳଙ୍କ ତତ୍ୱାବଧାନ ତଥା ବ୍ଲକ ବିଜ୍ଞାନ ଆବାହକ ମନୋଜ ବେହେରାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କୁଲର ପ୍ରଧାନ ଶିକ୍ଷକ ଭୂପେନ୍ଦ ହରପାଳ  ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମୋନିକା ସିଂ ଭୋଇ, ଏବିଇଓ ନାରାୟଣ ଭୋଇ, ନରେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ବୁଡ଼େକ, ସମିତ ସଭ୍ୟ ମଣ୍ଟୁ ନାଗ ପ୍ରମୁଖ ଯୋଗଦେଇ ଶିଶୁ ବୈଜ୍ଞାନିକ ମାନଙ୍କ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିଥିଲେ। ଏଥିରେ ୨୬୫ ଜଣ ଶିଶୁ ବୈଜ୍ଞାନିକ ମାନଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।  ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦାନ କରି କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପରେ ବିଜ୍ଞାନ ପତାକା ଅବତରଣ କରି ଆଗାମୀ ବର୍ଷ ହେବାକୁ ଥିବା ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ କୁଆଁରଗାଁ ପ୍ରଧାନ ଶିକ୍ଷକ ଘନସ୍ୟାମ ପୁରୋହିତଙ୍କୁ ହସ୍ତାନ୍ତର କରାଯାଇଥିଲା। ବିଭାଗରୁ ପର୍ଯ୍ୟାୟ କ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଜୁନିୟର ଓ ସିନିୟର ବିଭାଗରୁ ୭ ଜଣ ଛାତ୍ର ଛାତ୍ରୀ ଆଗାମୀ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାକୁ ଯିବା ପାଇଁ ମନୋନୀତ ହୋଇଛନ୍ତି।  ଶିକ୍ଷକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶିକ୍ଷକ ପ୍ରଶନ୍ନ କୁମାର ମେହେରଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.