୩୫ କେଜି ଗଞ୍ଜେଇ ସହ ୩ ଅନ୍ତଃ ରାଜ୍ୟ ବେପାରୀ ଗିରଫ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଗଞ୍ଜେଇ ଚାଲଣର ମୁଖ୍ୟ ରାସ୍ତା ପାଲଟିଛି ଜାମୁଟ ଗୁଡଭେଲା ତୁଷୁରା ରାସ୍ତା। ପ୍ରତ୍ୟେକ ଦିନ ଦୁଇ ଚକିଆ ଓ ଚାରିଚକିଆରେ ବୌଦ୍ଧ, ଫୁଲବାଣୀ, କନ୍ଧମାଳ ଅଂଚଳରୁ ଚାଲାଣ ହେଉଛି ଗଞ୍ଜେଇ। ଏପଟେ ଅବକାରୀ, ପୁଲିସ ବିଭାଗର ପେଟ୍ରୋଲିଙ୍ଗ ସହ ଘନ ଘନ ଚଢାଉ ମାଫିଆଙ୍କ ଚିନ୍ତା ବଢେଇ ଦେଇଛି। ଗଞ୍ଜେଇ ଚୋରାଚାଲାଣ କାରି ମାନେ ବାରମ୍ବାର ଧାରପଡୁଥିବାବେଳେ ମଧ୍ୟ୍ୟ ଚୋରା ଚାଲାଣ କମିବା ବଦଳ ରେ ବଢୁଛି। ଆଜି ଦେଓଗାଁ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଚାରିଚକିଆ ଗାଡିରୁ ପୁଳା ପୁଳା ଗଞ୍ଜେଇ ଜବତ କରିଛି। ଚାରି ଚକିଆ ଗାଡିରେ ଗଞ୍ଜେଇ ଚୋରା ଚାଲାଣ କରିଥିଲେ ଅନ୍ତଃ ରାଜ୍ୟ ବେପାରୀ ସହ ଗଞ୍ଜେଇ ମାଫିଆ। ଏହି ଚଢ଼ାଉରୁ ୪ ପ୍ୟାକେଟ ଗଞ୍ଜେଇ ସହ ୩ ଜଣକୁ ଗିରଫ କରି ଏକ ଭିଆଇପି କାରକୁ ଜବତ କରିଛି ଦେଓଗାଁ ପୁଲିସ। ସୂଚନା ଅନୁସାରେ ପ୍ରଥମେ ଗୁଡଭେଲା -ତୁଷୁରା ଭାୟା ଦେଓଗାଁ ରାସ୍ତା ର ତୁଷୁରା ଛକ ନିକଟରେ ପୂର୍ବ ରୁ ଛକି ରହିଥିବା ପୁଲିସ ଚଢ଼ାଉ କରି ଗାଡ଼ି ନମ୍ବର ଓଡି ୦୧ ଯେ ୭୭୭୪ ଥିବା ଆରଟୀକା ଗାଡି କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିର ସିଟ ତଳେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା ପୁଲିସ। ଚୋରା ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରି ଦେଓଗାଁ ତହସିଲଦାର ସଂଗ୍ରାମ କେଶରୀ ନାୟକଙ୍କ ଉପସ୍ଥିତିରେ ଓଜନ କରିବାରୁ ୪ ଟି ପ୍ୟାକେଟର ପରିମାଣ ୩୫ କେଜି ହୋଇଥିଲା। ଗଞ୍ଜେଇ କାରବାର ରେ ସଂଶ୍ଳିଷ୍ଟ ଥିବା ପଶ୍ଚିମବଙ୍ଗ କାଳୀନଗର ହସାନୁର ଜାମନ ମଣ୍ଡଳ (୨୮), କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା କରଡୁପାଗାଁର ରଶ୍ମି ରଞ୍ଜନ ଦିଗାଲ (୨୪), କଳାହାଣ୍ଡି ଜିଲ୍ଲା ଏମ ରାମପୁର ଥାନା କୁଟେଟ ପଡ଼ା ଗାଁ ର ଲେଙ୍କା ନାଏକ (୩୨) କୁ ଗିରଫ କରିଥିବା ଦେଓଗାଁ ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.