ଜାତୀୟ ଯୁବ ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମ.ରାମପୁର ବ୍ଲକ ସ୍ଥିତ ସ୍ୱାମୀ ବିବେକାନନ୍ଦ ଆଶ୍ରମ ପ୍ରଙ୍ଗଣ ଠାରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ବା ଜାତୀୟ ଯୁବ ଦିବସ ଅବସରରେ ମୋ ଭାରତ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ ଆମ ସମ୍ବାଦ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ପ୍ରଥମେ ଅତିଥିମାନଙ୍କ ଦ୍ୱାରା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତି ଛବି ରେ ପୂଜା ଅର୍ଚ୍ଚନା କରି ରକ୍ତଦାନ ଶିବିର ଆରମ୍ଭ କରାଯାଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ସ୍ୱାମୀ ଅଶୋକାନନ୍ଦଜୀ ସମ୍ପାଦକ, ସ୍ୱାମୀ ବିରେଶ ନନ୍ଦ ସହ ସମ୍ପାଦକ, ସମ୍ମାନିତ ଅତିଥି ଭାବେ ଡାକ୍ତର ଶ୍ରୀନିବାସ ରଥ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାର ମ.ରାମପୁର, ଡାକ୍ତର ଲୋକନାଥ ସାହୁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଦନପୁର, ଶ୍ରୀ ଅସିତ କୁମାର ଦାସ ବନାଞ୍ଚଳ ଅଧିକାରୀ ମ.ରାମପୁର, ଶ୍ରୀ ସୁଦର୍ଶନ ନାୟକ ଥାନା ଅଧିକାର ମ.ରାମପୁର, ଶ୍ରୀ ସତ୍ୟନାରାୟଣ ସାହୁ ସମାଜସେବୀ, ଶ୍ରୀ ବୀଣାପାଣି ସାହୁ ସରପଞ୍ଚ ମ. ରାମପୁର ଓ ସମାଜ ସେବୀ ସନତ କୁମାର ସାହୁ, ମିଳନ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିବାବେଳେ ଠାକୁର ସାହୁ, ଯୁବକବି ଉଦୟନାଥ ଭୋଇ, ହରଗୌରୀ ମହାବିଦ୍ୟାଳୟ କୁଶୁର୍ଲାର ଛାତ୍ର ଛାତ୍ରୀ ମନେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ନିରଞ୍ଜନ ମହାରଣା ଆମ ସମ୍ବାଦ ପରିଚାଳକ ମ. ରାମପୁର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.