ଟିକ୍ରାପଡ଼ା ଶିଶୁ ସୈନିକ ସ୍କୁଲରେ ଭାରତୀୟ ସେନା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ସ୍ଥିତ ଶିଶୁ ସୈନିକ ବିଦ୍ୟାଳୟରେ ଭାରତୀୟ ସେନା ଦିବସ ପାଳିତ ହୋଇଯାଇଛି | ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦ୍ରମଣି ରାଜପଲିଆଙ୍କ ସଭାପତିତ୍ୱ ଓ ଛାତ୍ରୀ ଦର୍ଶିକା ଗଏଁତା, ଅମ୍ରିତା ରାଜପଲିଆଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଶିକ୍ଷୟିତ୍ରୀ ଲକ୍ଷ୍ମୀ ନାଗ, ଶ୍ରଦ୍ଧାଞ୍ଜଳି ଦାଶ, ବୈଜୟନ୍ତୀ ମହାକୁର, ଶିକ୍ଷକ ପ୍ରହ୍ଲାଦ ସିନ୍ଦ୍ରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ | ସଭା ପ୍ରାରମ୍ଭରେ ଜସ୍ତ୍ରୀତ ବାରିକ, ଆଦ୍ୟାଂଶା ବନଛୋର, ଆଲିଶା ମେହେର, ଖନୁଷ୍କା ପ୍ରଧାନ, ଆରୁଷ ବାଗ, ଈଶ୍ୱରୀ ସାହୁ, ପ୍ରତୀକ୍ଷା ନାଗ, ଆନ୍ସୀ ଥନାପତି, ସାନାୟା ବିଶ୍ୱାସ, ନେହା ହାତୀ ପ୍ରମୁଖ ଛାତ୍ରଛାତ୍ରୀ ଦେଶଭକ୍ତି ଗୀତ ଗାନ କରିଥିଲେ | ଅଦିତି ରାଜପଲିଆ, ଲତିକା କଲେତ, ଅର୍ମାନ ବାଗ, ପୁରବ ମେହେର, ପରିତୋଷ ନାଏକ, ଦିନେଶ ମେହେର ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ | ଛାତ୍ର ପୁନିତ ସୁନାନୀ ଅତିଥି ପରିଚୟ ଓ ଶେଖର କଲେତ ଧନ୍ୟବାଦ ଅର୍ପଣ କରିଥିଲେ | ସାବିତ୍ରୀ ରାଜପଲିଆ, ସଙ୍ଗୀତା ବାଗ, ବନ୍ଦନା ରଣା ପ୍ରମୁଖ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.