ଗୋହୀରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଗ୍ରାମ ପଞ୍ଚାୟତର ଗୋହୀରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୨ତମ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ମଞ୍ଚ ଅଧିବେସନ କାର୍ଯ୍ୟକ୍ରମରେ ବିଇଓ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ସୂର୍ଯ୍ୟ ଦେବ ବାଗ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ ମଞ୍ଚ ଅଧିବେଶନ କାର୍ଯ୍ୟକ୍ରମରେ ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଶ୍ରୀ ଗଣେଶ ପୂଜନ କରିବା ସହ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଟିକେଧର ସାହୁ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଦେବ ବାଗ, ଗ୍ରାମର ବିଶିଷ୍ଟ ବ୍ୟକ୍ତି କୁଞ୍ଜବନ ସାହୁ, ଶଙ୍କରମାଳ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା, ସାମ୍ବାଦିକ ଲିଙ୍ଗରାଜ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ପ୍ରଥମେ ସଭାପତି ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଶକ୍ତି ଶେଖର ଦାସ, ନେପାଳ ବିଶ୍ୱାଳ ଓ ଶିକ୍ଷକ ଗିରିଧାରୀ ଜାଲ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅତିଥି ବୃନ୍ଦଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଇତ୍ୟବସରରେ ବିଦ୍ୟାଳୟର ପ୍ରାଥମିକ ସ୍ତରରେ ଉତ୍ତମ ଛାତ୍ର ଭାବରେ ପ୍ରେମ ସାଗର ଗୌଡ, ମାଧ୍ୟମିକ ସ୍ତରରେ ଉତ୍ତମ ଛାତ୍ରୀ ଭାବରେ ରୋଲି ଗୌଡ ଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିଭଳି ବିଦ୍ୟାଳୟର ଉତ୍ତମ କ୍ରୀଡାବିତ ଭାବରେ ଚୁଡ଼ାମଣି ମୁଣ୍ଡଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟର ଶିକ୍ଷୟତ୍ରୀ ସବିତା ଦେଇ, କବିତା ମହାନ୍ତି, ପ୍ରଜ୍ଞାପରମିତା ଦାସ, ସ୍କୁଲ ପରିଚାଳନା କମିଟିର ସଭାପତି କବିତା ଗୌଡ, ସଦସ୍ୟ ସନ୍ତୋଷ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହାପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟତ୍ରୀ ତପସ୍ଵିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.