ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୋନପୁର ଗାନ୍ଧି ଷ୍ଟାଡିୟମଠାରେ ଆୟୋଜିତ ୩୬ ତମ ସର୍ବ ଭାରତୀୟ ଲାଲମନି କ୍ରିକ୍ ଫେଷ୍ଟ୍ ବି ପୁଲର ପ୍ରଥମ ମ୍ୟାଚରେ ବାପୁଜୀ ଭୁବନେଶ୍ୱର ଦଳ ସେରଶା ରାଞ୍ଚି ବିରୁଦ୍ଧରେ ଉଭୟ ଟି-ଟ୍ୱେଣ୍ଟି ଓ ଟି-ଟେନ ମ୍ୟାଚରେ ବିଜୟ ହାସଲ କରି ସେମି ଫାଇନାଲରେ ପ୍ରବେଶ କରିଛି। ପ୍ରଥମ କୋଡ଼ିଏ ଓଭର ମ୍ୟାଚରେ ଭୁବନେଶ୍ୱର ଦଳ ୬ ୱିକେଟ ହରାଇ ପ୍ରଥମ ବ୍ୟାଟିଂରେ ରାଞ୍ଚିକୁ ୧୫୫ ରନ୍ ଟାର୍ଗେଟ ଦେଇଥିବା ବେଳେ ରାଞ୍ଚି ଦଳ ୯ ଓଭରରେ ଅଲ ଆଉଟ୍ ହୋଇ ପୁରା ଧରାଶାୟୀ ହୋଇଥିଲେ। ଟି-ଟେନ ଫର୍ମାଟ ମ୍ୟାଚରେ ପୁଣି ଭୁବନେଶ୍ବର ଦଳ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ହରାଇ ୬୪ ରନ୍ ଟାର୍ଗେଟ ରଖିଥିଲା ରାଞ୍ଚି ଦଳ ସମ୍ବୁଖରେ କିନ୍ତୁ ରାଞ୍ଚି ଦଳ ୯ ୱିକେଟରେ ମାତ୍ର ୫୧ ରନ କରିବାରେ ସକ୍ଷମ ହୋଇ ଟର୍ଣ୍ଣlମେଣ୍ଟ ରୁ ବାହାର ହୋଇଥିଲା। ହ୍ୟାଟ୍ରିକ ୱିକେଟ ହାସଲ କରିଥିବା ଭୁଵନେଶ୍ବର ଦଳ ର ଖେଳାଳି ମନୋଜ୍ ବାରିକ୍ ଙ୍କୁ ଆଜିର ଅତିଥି ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଓସିଏ ପ୍ୟାନେଲ ଅମ୍ପାୟର ଶ୍ୟାମ ସୁନ୍ଦର୍ ପଣ୍ଡା, ପୃଥ୍ୱୀରାଜ ମିଶ୍ର ଖେଳ ପରିଚାଳନା କରିଥିବା ବେଳେ କ୍ଷେତ୍ରବାସୀ ସାହୁ, ବିଶ୍ବନାଥ ନାଏକ, ଦିନେଶ ଘିବିଲା ସ୍କୋରର ଥିଲେ। ନାଇସେଟ ଏକାଡେମି ର ଅଧ୍ୟକ୍ଷ ରବଣ କୁମାର ପଧାନ ଓ ଲାଲମନି କ୍ରିକେଟର ବି.ସତ୍ୟନାରାୟଣ ରାଓ ଙ୍କ ଦ୍ଵାରା ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।