ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ସାରା ଦେଶରେ ଆନନ୍ଦ ଉଲ୍ଲାସର ସହିତ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିବାବେଳେ ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆରେ ମଧ୍ୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରି ଥିବାବେଳେ, ଜୁନାଗଡ଼ ଏନ.ଏ.ସି ଅଧକ୍ଷା ହିମାଦ୍ରୀ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଜୁନାଗଡ଼ ସହର ର ୧୫ ଗୋଟି ଶିକ୍ଷ୍ୟା ଅନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇ ପ୍ୟାରେଡ୍ ସହ ଅଭିବାଦନ ଜଣେଇ ଥିବା ଦେଖିବାକୁ ମିଳିଥିଲା। ସାଧାରଣତନ୍ତ୍ର ଦିବସ ଅବସରରେ ଶିକ୍ଷାନୁଷ୍ଠାନ ଗୁଡିକରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା। ପଡ଼ିଆରେ ପ୍ୟାରେଡ୍ ଦେଖିବାକୁ ଜୁନାଗଡ଼ ଅଞ୍ଚଳର ଶହ ଶହ ଲୋକଙ୍କ ସମାଗମ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ଼ର ପୂର୍ବତନ ଇଓ ଈଶ୍ୱର ଚନ୍ଦ୍ର ପୂଝରୀ, ଜୁନାଗଡ଼ ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ବେହେରା, ପାରିଷଦ ଗୋପାଳ ଚନ୍ଦନ, ହିମାଦ୍ରୀ ସିନ୍ଦୁର, ଚକ୍ରଧର ବାଗ, କୁନା ବୈଠାରୁ, କୁନି ଶବର, ସମାଜସେବୀ ଦୁର୍ଗା ନାଏକ, ଉଦ୍ଧବ ଚରଣ ସାହୁ, ମାନସ ରଞ୍ଜନ ସେଠୀ, ଶରତ ଶବର, ମଳୟ ମୁଣ୍ଡ, ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ପୋଲିସ୍, ସ୍କୁଲ୍ କଲେଜ୍ ର ଶିକ୍ଷକ, ଅଧ୍ୟାପକ, ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ଉଗ୍ରସେନ କନ୍ଦପାନ, ଶର୍ମିଷ୍ଠା ଯୋଶୀ, ଯୁବ ସାମ୍ବାଦିକ ସ୍ବାସ୍ତିଦୀପ ଆଦିତ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଦୀପ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ । ପରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ମଧ୍ୟ କରା ଯାଇଥିଲା ।