ନର୍ଲା ଡିଗ୍ରୀ କଲେଜରେ ଆତ୍ମସୁରକ୍ଷା ତାଲିମ୍ ଶିବିର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡିଗ୍ରୀ କଲେଜରେ ଛାତ୍ରୀଙ୍କ ପାଇଁ ଆତ୍ମସୁରକ୍ଷା ତାଲିମ୍ ଶିବିର ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ଏହା ଆଜିଠାରୁ ମାର୍ଚ୍ଚ ୧୩ ଯାଏଁ ଚାଲିବ ବୋଲି ଜଣାପଡିଛି । ଭାରପ୍ରାପ୍ତ ପ୍ରିନସପାଲ ରମେଶ ଚନ୍ଦ୍ର ଘଡେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍ଘାଟନୀ ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ ସାହୁ, କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ବାସନ୍ତୀ ସାହୁ, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ପାର୍ବତୀ ଦାସ, ଅଧ୍ୟାପିକା କୌଶଲ୍ୟା ଗଡବା, କଲେଜର ଶାରିରୀକ ଶିକ୍ଷକ କ୍ଷୀତିଶ କୁମାର ବଗର୍ତ୍ତୀ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇ ଶିକ୍ଷା ପ୍ରାପ୍ତ କରିଥିବା ଆତ୍ମ ସୁରକ୍ଷା ତାଲିମ୍ ର ଆବଶ୍ୟକ ପଡିଲେ କର୍ମକ୍ଷେତ୍ରରେ ସଦବିନିଯୋଗ କରିବା ପାଇଁ କହିଥିଲେ । ଆଜି ମଧ୍ୟ କୁନ୍ଦୁଲି ଗଣ ଦୁଷ୍କର୍ମ ଓ ଦିଲ୍ଲୀ ନିର୍ଭୟା ଭଳି ପୀଡିତାଙ୍କ ଉଦାହରଣ ଆମ ସମସଜକୁ କଳଙ୍କିତ କରି ଇତିହାସ ହୋଇଛି ବୋଲି କହିଥିଲେ । କାର୍ଯ୍ୟକ୍ରମଟିକୁ ଶିବିରର ପରିଚାଳନା ଦାଇତ୍ୱରେ ରହିଥିବା ମହା ବିଦ୍ୟାଳୟର ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ବାସନ୍ତୀ ସାହୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡିଗ୍ରୀ କଲେଜର କର୍ମଚାରୀ ମନୋଜ ନନ୍ଦ, ଲୋକନାଥ ବାରିକ, ସନ୍ତୋଷ ନାଏକ, ରବିଚନ୍ଦ୍ର ଭୋଇ, ସନ୍ତୋଷ ନାଗ, ଗୌର ମାଝୀ, ଗୋପାଳ ଆଡଜୁଆଡ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଆତ୍ମ ସୁରକ୍ଷା ଉପରେ ବାହାରୁ ତାଲିମ ନେଇ ଆସିଥିବା ଉକ୍ତ କଲେଜର ପୂର୍ବତନ ଛାତ୍ରୀ କୁମୁଦିନୀ ମାଝୀ ଓ ଗୀତାଞ୍ଜଳୀ ବୈଠାରୁ ଛାତ୍ରୀ ମାନଙ୍କୁ ସପ୍ତାହେ ଧରି ତାଲିମ ପ୍ରଦାନ କରିବେ । ଉଦ୍‌ଯାପନୀ ଦିନ ସମସ୍ତ ଅଂଶ ଗ୍ରହଣ କାରୀ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜନାପଡିଛି । ଏହି ଆତ୍ମ ସୁରକ୍ଷା ତାଲିମ ଶିବିରଟି ୬/୩ ରୁ ୧୩/୩ ଯାଏଁ ଚାଲିବ ବୋଲି ଜଣାପଡିଛି । ଡିଗ୍ରୀ କଲେଜର ପ୍ରଥମ ବର୍ଷର ୮୦ ଜଣ ଛାତ୍ରୀ ଶିବିରରେ ତାଲିମ୍ ନେଉଥିବା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.