ଛାତ୍ରୀଙ୍କ ସ୍ୱପ୍ନ ପୂରଣ କରିବ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟର ‘ସମର୍ଥ’ ଛାତ୍ରୀବୃତ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ନାରୀ ଶିକ୍ଷାର ବିକାଶ ପାଇଁ କଲ୍ୟାଣୀ ଟ୍ରଷ୍ଟ, ଭବାନୀପାଟଣାସ୍ଥିତ ଶିକ୍ଷାନୁଷ୍ଠାନ ଶାସ୍ତ୍ରୀଜୀ ମହିଳା ମହାବିଦ୍ୟାଳୟ ମାଧ୍ୟମରେ କାର୍ଯ୍ୟ କରି ଆସୁଛି। କିଛି ଲୋକଙ୍କ ନାରୀ ଶିକ୍ଷା ପ୍ରତି ପାତରଅନ୍ତର ନୀତି ତଥା ଅର୍ଥବାଧକ ଯୋଗୁଁ କିଛି ଛାତ୍ରୀ ପାଠପଢାରୁ ବଞ୍ଚିତ ହେଉଛନ୍ତି। ନାରୀ ଶିକ୍ଷାର ଗୁରୁତ୍ୱ ସମ୍ପର୍କରେ ଅନୁଷ୍ଠାନର ଜନସମ୍ପର୍କ ଅଧିକାରୀ(PRO)ମାନେ ଘର ଘର ଯାଇ ବୁଝାଇଥାନ୍ତି। ଛାତ୍ରୀଙ୍କ ଶିକ୍ଷାରେ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ‘ସମର୍ଥ’ ଛାତ୍ରୀବୃତ୍ତି, ମେଧାବୀ ଛାତ୍ରୀଙ୍କୁ ଦେଇ ଆସୁଛୁ ବୋଲି ଅନୁଷ୍ଠାନର ପରିଚାଳନା କମିଟି ଅଧ୍ୟକ୍ଷା ଶ୍ରୀମତୀ ନମିତା ସାହୁ ମହାବିଦ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। +୨ ଅଧ୍ୟକ୍ଷା ଶ୍ରୀମତୀ ଦୀପା ସାହୁଙ୍କ ଆହ୍ୱାନରେ ଆୟୋଜିତ ଏହି ସଭାରେ ‘ସମର୍ଥ’ ସଂଯୋଜିକା ଅଧ୍ୟାପିକା ଜ୍ୟୋର୍ତିମୟୀ ବେହେରା ଏହି ବିଷୟରେ ଅଧିକ ସୂଚନା ଦେଇ କହିଛନ୍ତି ଯେ:- ଏହି ମାସର ୯ ତାରିଖ ରବିବାର ସକାଳ ୯ଟାରେ ମହାବିଦ୍ୟାଳୟ ପରିସରରେ ଏକ ୫୦ମାର୍କର ଲିଖିତ ଓ ୩୦ମାର୍କର ମୌଖିକ ପରୀକ୍ଷା ଆୟୋଜିତ ହେବ। ଏଥିରେ ଯୋଗ୍ୟ ବିବେଚିତ ଛାତ୍ରୀମାନଙ୍କୁ ବର୍ଷକୁ ୯୯,୦୦୦ଟଙ୍କା, ଦୁଇବର୍ଷକୁ ମୋଟ ୧,୯୮,୦୦୦ଟଙ୍କାର ଛାତ୍ରୀବୃତ୍ତି ପ୍ରଦାନ କରାଯିବ ଯାହାଫଳରେ ଛାତ୍ରୀମାନେ ମାଗଣାରେ ରହିବା, ଖାଇବା ସହ ପାଠପଢି ପାରିବେ। ସାମ୍ବାଦିକ ସମ୍ମିଳନୀକୁ ଅଧ୍ୟାପିକା ହିମାଦ୍ରୀ ମହାରଣା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.