ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ସୋନପୁର ବ୍ଲକଛକରେ ପୁନଃ ସ୍ଥାପନ ପାଇଁ ଅନଶନ ଓ ଧାରଣା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁରର ସ୍ବେଛାସେବୀ ଅନୁଷ୍ଠାନ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ନେତୃତ୍ୱରେ ଆଜି ସୋନପୁର ବ୍ଲକ୍ ଛକରେ ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ପୁନଃ ସ୍ଥାପନ ପାଇଁ ଅନଶନ ଧାରଣା ଦିଆଯାଇଛି। ୨୦୨୧ ମସିହା ୫ ଫେବୃଆରୀରେ ରାସ୍ତା ସମ୍ପ୍ରସାରଣ ବେଳେ ସନ୍ଥକବି ଭୀମଭୋଇଙ୍କ ପ୍ରତି ମୂର୍ତ୍ତି ବ୍ଲକ୍ ଛକ ରୁ ହଟାଇ ଦିଆଯାଇଥିଲା। ଏହି ପ୍ରତିମୂର୍ତ୍ତି ବ୍ଲକ୍ ଛକର ଶୋଭା ବର୍ଦ୍ଧନ ସହ ଭୀମଭୋଇଙ୍କ ଅବଦାନ ଲୋକଙ୍କ ମାନସ ପଟରେ ଉଜ୍ଜୀବିତ କରୁଥିଲା। ପ୍ରାୟ ଚାରି ବର୍ଷ ବିତିଯାଇଥିଲେ ମଧ୍ୟ ବ୍ଲକ୍ ଛକରେ ଭୀମଭୋଇ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନ ହେବାରୁ ଗଣ ଆନ୍ଦୋଳନ ରୂପ ନେବାକୁ ବସିଲାଣି । ଆଜିର ଏହି ଧାରଣା ରେ ପତଞ୍ଜଳି ଯୋଗ ସମିତି, ଜଗନ୍ନାଥ ମହୋତ୍ସବ କମିଟି, ଜୟଗୁରୁ ଅନୁଷ୍ଠାନ, ମାରୱାଡ଼ି ମହିଳା ମଞ୍ଚ, ନାଟ୍ୟଚକ୍ର, ମହାନଦୀ ସାହିତ୍ୟ ସଂସଦ, ଆର୍ଯ୍ୟ ସମାଜ, ସୋନପୁର ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ଓକିଲ ସଂଘ, ତପସ୍ଵିନୀ ଅନୁଷ୍ଠାନ ର ସଦସ୍ୟ ବୃନ୍ଦ ଏହି ଧାରଣା ରେ ସାମିଲ ଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସଙ୍ଗଠନର ସଦସ୍ୟ ମୀନା ମହରଣା, ଶ୍ୟାମା ଓଁ ପ୍ରସାଦ ମିଶ୍ର, ନାଟ୍ୟ ଶ୍ରୀ ଗଦାଧର ବାରିକ, ଶ୍ରଦ୍ଧାଞ୍ଜଳି ମିଶ୍ର, ସୁନନ୍ଦା ସାହୁ, ମଞ୍ଜୁ ମିଶ୍ର, ଦିଲ୍ଲୀପ ରଥ, ବ୍ରଜ ମୋହନ ଦାନୀ, ଭଗବତୀ ରାୟଗୁରୁ, ବଳଦେବ ପ୍ରସାଦ ବେଦବାକ୍, ଆରତୀ ଖମାରୀ, ବାସନ୍ତୀ ପାତ୍ର, ପୁଷ୍ପା ମେହେର, କଳ୍ପନା ମେହେର, ଗୀତା ବହିଦାର, ବୈକୁଣ୍ଠ ଶତପଥୀ ପ୍ରମୁଖଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ସତ୍ୟ ମହିମାଧର୍ମ ଶାସିନୀ ମହାସଂଘ ଭୀମଭୋଇ ସମାଧି ପୀଠ ଖଲିଆପାଲି ସଭାପତି ଦୁର୍ଗା ଚରଣ କଲତା ଓ ସୋନପୁର ମହିମା ମଠ ସଭାପତି ଗୋପାଲ ବାଘ୍ ମଧ୍ୟ ଏହି ଅନଶନ ଓ ଧାରଣାରେ ବସିଥିଲେ। ସନ୍ଥକବି ଭୀମଭୋଇ ସ୍ମୃତି ଟ୍ରଷ୍ଟର ସଭାପତି ଗୋରେଖନାଥ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଦୀର୍ଘ ବର୍ଷ ହେବ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ବ୍ଲକ୍ ଛକରୁ ସ୍ଥାନୀୟ ପ୍ରଶାସନ ହଟେଇ ଦେଇ ଅଳିଆ ଗଦାରେ ରଖିଛନ୍ତି ଏହାକୁ ଯଥାଶୀଘ୍ର ବ୍ଲକ୍ ଛକରେ ସ୍ଥାପନ କରାଯାଉ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.