ଗୁରୁ ପଙ୍କଜ ଉତ୍ସବ ଓ ମାହାରୀ ସମ୍ମାନ ଉଦ୍ଘାଟନୀ ସନ୍ଧ୍ୟା; ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ମନ ମୋହିଲେ ନୃତ୍ୟ ଶିଳ୍ପୀ ଆଦ୍ୟାଶା ମିଶ୍ର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୬ତମ ଜନ୍ମଜୟନ୍ତୀ ଅବସରରେ ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ତିନିଦିନିଆ ଗୁରୁ ପଙ୍କଜ ଉତ୍ସବ ଏବଂ ମାହାରୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ସନ୍ଧ୍ୟା ଆରମ୍ଭ ହୋଇଥିଲା ଶିଳ୍ପୀ ଆଦ୍ୟାଶା ମିଶ୍ରଙ୍କ ପରିବେଷଣରୁ। ତାଙ୍କ ପ୍ରସ୍ତୁତିରେ ଥିଲା ନୃତ୍ୟଭିନୟ ‘ଯାଜ୍ଞସେନୀ’ ଏହା ଦର୍ଶକଙ୍କୁ ବାନ୍ଧି ରଖିଥ‌ିଲା । ନିଜ ଭାବ ଭଙ୍ଗୀ ଦ୍ଵାରା ଦର୍ଶକଙ୍କ ମନ ମୋହି ଥିଲେ ନୃତ୍ୟ ଶିଳ୍ପୀ ଆଦ୍ୟାଶା ମିଶ୍ର। ଆଦ୍ୟାଶା ମିଶ୍ର ଙ୍କ ନୃତ୍ୟ ରେ ଝୁମିଥିଲେ ଦର୍ଶକ। ସନ୍ଧ୍ୟାରେ ଅତିଥିଭାବେ ଗୁରୁ ଦୁର୍ଗାଚରଣ ରଣବୀର ପୂର୍ବତନ ବିଧାୟକ ପ୍ରିୟର୍ଦଶୀ ମିଶ୍ର ପରିଚୟ ଫାଉଣ୍ଡେସନ ଅଧକ୍ଷ ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଅନୂଜା ତାରିଣୀ ମିଶ୍ର, ଅନୁଷ୍ଠାନର ସଭାପତି ବଟକୃଷ୍ଣ ତ୍ରିପାଠୀ ଏବଂ ସମ୍ପାଦକ ଶରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ତ ଧୀରଜ କୁମାର ମହାପାତ୍ରଙ୍କୁ ବୀଣାକାର ସମ୍ମାନ, ମିଚାଲି ଚିନ୍ତାରାଙ୍କୁ ଗାଈଣି ସମ୍ପ୍ରଦା ସମ୍ମାନ, ଗୁଚ୍ଛ ବୁଦ୍ଧାନାଥ ସ୍ବାଇଁଙ୍କୁ ମାଦେଳି ସମ୍ମାନ ଏବଂ କଲକାତାର ନୃତ୍ୟଶିଳ୍ପୀ ଶ୍ରୀପଣ୍ଡା ବୋଷଙ୍କୁ ନାଚୁଣୀ ସମ୍ପ୍ରଦା ସମ୍ମାନରେ ସମ୍ମାନିତ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.