ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପ୍ରାଚୀନ ଧର୍ମଧାରାର ପ୍ରତୀକ ପାଟଖଣ୍ଡା ବୁଡ଼ାରଜାଙ୍କ ବାଲିଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ସ୍ଥିତ ଥୁଆଙ୍ଗପଦର ପାଟଖଣ୍ଡା ବୁଡ଼ା ରଜାଙ୍କ ପୀଠ ଏନେଇ ଉତ୍ସବ ମୁଖର ହୋଇଉଠିଛି। ପ୍ରଥମେ ଗାଁରୁ ବିଭିନ୍ନ ପ୍ରକାର ଶସ୍ୟ ଧାନ, ବିରି,ମୁଗ, କୋଲତ,ମକା,ସଂଗ୍ରହ କରି ନୂଆଁ ବାଉଁଶରେ ସାତଟି ଚାଙ୍ଗୁଡ଼ି ତିଆରି କରି ଚାଙ୍ଗୁଡ଼ିରେ ନିକଟସ୍ଥ ନଦୀରୁ ବାଲି କଢାଯାଇଥିଲା। ପରେ ୭ଟି ନୂଆଁ ଚାଙ୍ଗଡିରେ ଗାଁରୁ ସଂଗୃହିତ ବିଭିନ୍ନ ପ୍ରକାର ବିହନକୁ ଗଜା ହେବାପାଇଁ ବାଲି ଚାଙ୍ଗୁଡ଼ିରେ ପକାଯାଇଥିଲା। ସେହି ବାଲି ଗଜାକୁ ସାତଦିନ ପର୍ଯ୍ୟନ୍ତ ରିନିନୀତି ଅନୁସାରେ ମନ୍ଦିର ପୂଜକ ପୂଜାର୍ଚ୍ଚନା କରିଥିଲେ ଓ ନିକଟସ୍ଥ ତାଦିଶୋରୁ ଜଙ୍ଗଲକୁ ଯାଇ ବେଳକଣ୍ଟା ଆଣି ପୂଜକ ମାନେ ବେଳ କଣ୍ଟାରେ ଝାମେର ଦୋଲି ପ୍ରସ୍ତୁତ କରିଥିଲେ। ଯାତ୍ରା ଦିନ ବେଳକଣ୍ଟା ଦୋଳିରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥିବା ବେଳେ ଡହଡ଼ହ ତତଲା କାଳିସୀ ନିଆଁରେ ଚାଲିବା ସହ ନିଜର ଶକ୍ତିର ପରିଚୟ ଦେଇଥିଲେ। ଏହାପରେ ମାନସିକ କରିଥିବା ଭକ୍ତ ମାନେ ମାନସିକ ଅନୁଯାୟୀ ଛେଳି,କୁକୁଡ଼ା ଓ ପାରା ବଳି ଦେଇଥିଲେ। ପାଟଖଣ୍ଡା ବୁଡ଼ାରଜା ମୁଖ୍ୟ ପୂଜକ ବାନ ମାଝୀ, ଉଆଁସୁ ହରିଜନ ବାହୁକ ବିଟୁ ମାଝୀ,ବୁଡାରଜା ସାଂସ୍କୃତିକ ଅନୁଷ୍ଠାନ ସଦସ୍ୟ ରାମଚନ୍ଦ୍ର ମାଝୀ, ବିଜୟ ମାଝୀ, ପ୍ରଦୀପ ମାଝୀ, ବିସ୍ମ ମାଝୀ, ଭଦ୍ର ମାଝୀ, ଶଶୀ ମାଝୀ, ଶିବ ମାଝୀ, ଲାଇ ମାଝୀ, ବିଗ୍ନ ମାଝୀ, ଛବି ମାଝୀ,ସୁମନ୍ତ ନାଏକଙ୍କ ସମେତ ଗ୍ରାମବସି ସହଯୋଗ କରିଥବା ବେଳେ ପାଟଖଣ୍ଡା ବୁଡ଼ାରଜାଙ୍କ ଝାମୁ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥିଲା।