ବ୍ରାହ୍ମଣ ସମାଜ ପକ୍ଷରୁ ପର୍ଶୁରାମ ଜନ୍ମୋତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ବ୍ରାହ୍ମଣସେନା ପକ୍ଷରୁ ମଙ୍ଗଳବାର ଲଡୁଗାଁ ଜଗନ୍ନାଥ ମନ୍ଦିର ପରିସରରେ ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏହି କ୍ରମରେ ସ୍ଥାନୀୟ ମାଝୀପଡା ଶିବ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା ବାହାରି ହନୁମାନ ଛକ ଦେଇ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚି ଥିଲେ। ଏହାପରେ ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ଓ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜବାହରଲାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ମୁଖ୍ୟବକ୍ତା, କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ରାଧେଶ୍ୟାମ ଅଗ୍ରୱାଲ, ବ୍ଳକ ବ୍ରାହ୍ମଣ ସମାଜ ସଭାପତି ତ୍ରିନାଥ ଠାକୁର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି କ୍ରମରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ପୂଜାକାର୍ଯ୍ୟ, ସାମୁହିକ ଆରତୀ, ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକ ମାନଙ୍କ ଉଦ୍ଦେଶ୍ୟରେ ଶୋକସଭା ଆଦି କରାଯାଇଥିଲା। ବ୍ଳକ ସଭାପତି ଶ୍ରୀମନ୍ତ ପାଢୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଇଶ୍ବରୀ ପ୍ରସାଦ ଅଗସ୍ତି ଓ ଗୋଦାବରୀଶ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ବ୍ଳକ ସମ୍ପାଦକ ସଞ୍ଜୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଜିତେନ୍ଦ୍ର ପଣ୍ଡା, ଦାଶରଥି ବେହେରା, ଭୁବନେଶ୍ଵର ପୁରୋହିତ, ଭାରତ ଭୁଷଣ ଠାକୁର, ଶଶାଙ୍କ ମୌଲି ପାଢ଼ୀ, ଶ୍ରୀକାନ୍ତ ଶର୍ମା, ମନୋଜ ଶର୍ମା, ଅମୂଲ୍ୟ ଅଗସ୍ତି, ସତ୍ୟନାରାୟଣ ଠାକୁର, ମନୋରଞ୍ଜନ ପୁରୋହିତ ଲାଲୁ ପାଢ଼ୀ, ଜୟ ଶଙ୍କର ପାଠୀ, ରାଜୁ ଶର୍ମା, ଅମିତ ଶର୍ମା, ପ୍ରଜ୍ଞାବାହିନୀ ସଭାନେତ୍ରୀ ସୀମନ୍ତିନୀ ପଣ୍ଡା, ସମ୍ପାଦିକା ବିଷ୍ଣୁପ୍ରିୟା ଠାକୁର ସମେତ ବ୍ଳକର ବିଭିନ୍ନ ସ୍ଥାନରୁ ସମାଜର କର୍ମକର୍ତ୍ତା, ପ୍ରଜ୍ଞାବାହିନୀ ଓ ପର୍ଶୁରାମ ସେନାର ଶତାଧିକ ସଦସ୍ୟ ଯୋଗଦେଇ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.