ମାଟି ଦେବତାଙ୍କ ଜମି ଚିହ୍ନଟ ଲାଗି ତହସିଲଦାରଙ୍କୁ ଦାବି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଗ୍ରାମର ମାଟି ଦେବାତା ଓ ଅନ୍ୟ ଦେବଦେବୀଙ୍କ ଜମି ଚିହ୍ନଟ ପାଇଁ ଶୁକ୍ରବାର କୋକସରା ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆମପାଣି ମୌଜାର ଖାତା ନଂ ୩୦୪, ପ୍ଲଟ ନଂ ୪୫୮ ରେ ମାଟି ଦେବତାଙ୍କ ବିଜେସ୍ଥଳୀ ଭାବେ କେଉଁ ଏକ ଆବାହମାନ କାଳରୁ ୨୦ ଡି. ରେକର୍ଡ ଦାୟର ରହିଛି। କିନ୍ତୁ ଉକ୍ତ ଜାଗାର ସଠିକ୍ ସୀମା ଜଣାପଡୁନାହିଁ। ଫଳରେ ଦେବାଦେବୀଙ୍କ ପୂଜାପାଠରେ ଅସୁବିଧା ହେଉଛି। ଏବଂ ପାର୍ଶ୍ଵବର୍ତ୍ତୀ ରୟତାନୀ ଅକ୍ତିଆର କରିଥିବା ଭଲି ଜଣାପଡିଛି। ତେଣୁ ଜନ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ଆଜି ଆମପାଣି ଗ୍ରାମବାସୀ କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଉକ୍ତ ଦେବାଦେବୀଙ୍କ ଜମି ଚିହ୍ନଟ କରିବା ପାଇଁ ସେମାନେ ନିବେଦନ କରିଛନ୍ତି। ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ବିଘ୍ନେଶ୍ୱର ନାଏକ, ଦୋଳଗୋବିନ୍ଦ ପୁଝାରୀ, ଦିଗେଶ୍ୱର ମାଝୀ, ଲକ୍ଷପତି ମାଝୀ, ପାରେଶ୍ୱର ପୁଝାରୀ , ମହେଶ୍ୱର ପୁଝାରୀ , କେଶରୀ ମାଝୀ, ମୋହନ ଲାଲ ଚଲାନ, ଫକୀର ମାଝୀ, ଦୁର୍ଲଭ ପୁଝାରି, ନିତ୍ୟାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.