ବସୁନ୍ଧରା ଯୋଜନା ମାଧ୍ୟମରେ ଘରଡିହ ପଟ୍ଟା ବଣ୍ଟନ 

ଓଡିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ତହସିଲ ପକ୍ଷରୁ ଭୂମିହୀନ ମାନଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ପଟ୍ଟା ବଣ୍ଟନ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଖଇରପଦର ରାଜ୍ୟସ୍ୟ ନୀରିକ୍ଷକ ଅଧିନରେ ୩୬ ଜଣ, କାଙ୍କରୀ ରାଜସ୍ଵ ନୀରିକ୍ଷକ ଅଧୀନରେ ୨୦ ଜଣ ଏଵଂ ଧର୍ମଗଡ଼ (ରୁଲାର) ରାଜସ୍ଵ ନୀରିକ୍ଷକ ଅଧିନସ୍ଥ ଜଣେଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଥିଲା। ମୋଟ ୫୭ ଲୋକଙ୍କୁ ୪ ଡିସିମିଲ ଲେଖାଏଁ ଘରଡିହ ପଟ୍ଟାବଣ୍ଡନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେଓ, ସମ୍ମାନିତ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା, ତହସିଲଦାର ସଞ୍ଜୟ ସାମନ୍ତରାୟ ବ୍ଳକ ଅଧ୍ୟକ୍ଷା ବବିତା ପାଟ୍ଟଯୋଷୀ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଦେଓ ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ।  ଆଜି ଯେଉଁ ହିତାଧିକାରୀ ମାନେ ଘରଡିହ ପଟ୍ଟା ପାଇଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀଙ୍କୁ ନିଜ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତିି। କିରାଣୀ ଗୋପାଳ ମେହେର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.