ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ପ୍ରଶାସନ ଓ ନାଗରିକ ମଞ୍ଚ ପକ୍ଷରୁ ଅପରେସନ ସିନ୍ଦୁରର ସଫଳତାକୁ ନେଇ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇବା ଓ ଉଚ୍ଛାହିତ କରିବା ପାଇଁ ହାଇସ୍କୁଲ ଖେଳ ପଡିଆ ଠାରେ ପୂର୍ବତନ ସେନା ନିବୃତ କର୍ମଚାରୀଙ୍କୁ ସମ୍ମାନିତ କରାଯିବା ସହିତ ବଜାରରେ ଏକ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ପରିସରରେ ପ୍ରଥମେ ପୂର୍ବତନ ସେନା କର୍ମଚାରୀ ରଲି ମଲ୍ଲିକ, ଧନେଶ୍ଵର ମଲ୍ଲିକ, ସରୋଜ କୁମାର ପାଣିଗ୍ରାହୀ, ହିମାଂଶୁ କୁମାର ମଲ୍ଲିକ, ସରୋଜ ବଳିୟାର ସିଂ, ଗଦାଧର ପ୍ରଧାନ, ସିପ୍ରୀୟାନ ଦିଗାଲ, ଲିଙ୍ଗରାଜ ଦଳବେହେରା, ଶିବାନନ୍ଦ ପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।ପରେ ତ୍ରିରଙ୍ଗା ଶୋଭାଯାତ୍ରା ବ୍ଲକ ଅଫିସରୁ ଆରମ୍ଭ ହୋଇ କଞ୍ଜାମେଣ୍ଡି ଛକ ଦେଇ ନୂଆଗାଁ ବଜାରରେ ବିରାଟ ଶୋଭାଯାତ୍ରା ପରିକ୍ରମା କରି ହାଇସ୍କୁଲ ଖେଳ ପଡ଼ିଆ ସଭାରେ ପହଞ୍ଚିଥିଲେ।ଏଥିରେ ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନ, ବିଜେପି ଜିଲ୍ଲା ସଭାପତି ପଣ୍ଡିତ କୁମାର ବିଶିମାଝି, ବିଜେପି ଜିଲ୍ଲା ସମ୍ପାଦକ ଦେବେନ୍ଦ୍ର କୁଦେଇ, ବିଜେପି ବରିଷ୍ଠ ନେତା ମାନଗୋବିନ୍ଦ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ଅନୀତା ମଲ୍ଲିକ, କୁଡୁତୁଲି ସରପଞ୍ଚ ଶ୍ରୀଚନ୍ଦ୍ର ମଲ୍ଲିକ, କଞ୍ଜାମେଣ୍ଡି ସରପଞ୍ଚ ଗୁନୁଲତା ମଲ୍ଲିକ, ମଣ୍ଡଳ ସଭାପତି ନିଗମାନନ୍ଦ ପୂଜାରୀ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଗୁରୁରାମ ପାତ୍ର, କାର୍ତ୍ତିକ ପ୍ରଧାନ, ଜିପିଇଓ ଅନିଲ କୁମାର ପଟ୍ଟନାୟକ, ସିପି ରାକେଶ କୁମାର ସାହୁଙ୍କ ସମେତ ଥାନା, ଜଙ୍ଗଲ ବିଭାଗ ସହ ସମସ୍ତ ବିଭାଗର କର୍ମଚାରୀ, ମିଶନ ଶକ୍ତି ପ୍ରମୁଖ ଓ ସାଧାରଣ ଜନତା ଯୋଗ ଦେଇ ସେନା ବାହିନୀଙ୍କ କର୍ମ ତତ୍ତ୍ଵରତା ଉପସ୍ଥିତ ବୁଦ୍ଧିକୁ ଉଚ୍ଚ ପ୍ରଶଂସା କରିଥିଲେ।