ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ଏବଂ ସଂସ୍ଥାପନ ଅଧିକାରୀ ଶୋଭାରାମ ଜାଲଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ଏବଂ ସଂସ୍ଥାପନ ଅଧିକାରୀ ଶୋଭାରାମ ଜାଲଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କଳାହାଣ୍ଡି ରାଧାକାନ୍ତ ଛତ୍ରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ଖମାରୀ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶିକ୍ଷକ ସଂଘର ସଭାପତି ପ୍ରମୋଦ କୁମାର ଠାକୁର, ସମେତ ଗୋଷ୍ଠୀ ଶିକ୍ଷା ଅଧିକାରୀ କଲମପୁର ସୁଶ୍ରୀ ମଧୁସ୍ମିତା ନାଏକ, କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି, ଜୁନାଗଡ଼ ଶିକ୍ଷା ଅଧିକାରୀ ତପନ ମାଝୀ ଧର୍ମଗଡ଼ର ପଙ୍କଜେନୀ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମ ନାରାୟଣ ପଣ୍ଡା ଏବଂ ସଂସ୍ଥାପନ ଅଧିକାରୀ ଶୋଭାରାମ ଜାଲଙ୍କୁ ମହା ଆଡ଼ମ୍ବର ସହକାରେ ଫୁଲ ଗୁଛ ଦେବା ସହିତ ମଞ୍ଚ ଉପରକୁ ପାଛୋଟି ନେଇ ଥିଲେ। ସେଠାରେ ଉଭୟ ଅଧିକାରୀଙ୍କୁ ଉପଢୌକନ ସହ ଉତ୍ତରୀୟ ପ୍ରଦାନ କରି ସମ୍ବୋଧିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ର ବୋହୁ ଶିକ୍ଷାବିତ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବିଦାୟୀ ଅଧିକାରୀଙ୍କ ପରିବାର ବର୍ଗ ଉପସ୍ଥିତ ରହି ଥିଲେ। କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷା ସଙ୍ଘ ର ସମ୍ପାଦକ ଲଲିତ କୁମାର ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ସମାରୋହ ଟିକୁ ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସମସ୍ତ ସି ଆରସିସି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.