ପଞ୍ଚାୟତ ଅର୍ଥ ଆତ୍ମସାତ ଘଟଣାରେ ପିଇଓ ଏବଂ ଜିଆରଏସ ନିଲମ୍ବିତ

ଓଡ଼ିଆ ବାର୍ତ୍ତା/ ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅନ୍ତର୍ଗତ ଦୁର୍ଗାପଙ୍ଗା ପଞ୍ଚାୟତରେ ମନରେଗା କାର୍ଯ୍ୟର ଫଲ୍ସ ବିଲ ପାଣ୍ଠି, ଚତୁର୍ଦଶ ଅର୍ଥକମିଶନ ପାଣ୍ଠି, ପଞ୍ଚଦଶ ଅର୍ଥ କମିଶନ ପାଣ୍ଠି ଆତ୍ମସାତ ଘଟଣା ରେ କନ୍ଧମାଳ ଜିଲ୍ଲାପାଳ ଙ୍କ ଛାଟ ବାଜିଛି | ସୂଚନାନୁସାରେ, କୋଟଗଡ ବ୍ଲକରେ ୨୦୨୨-୨୩ରେ ମନରେଗା ରେ ବ୍ୟାପକ ଦୁର୍ନୀତି ନେଇ ଗତବର୍ଷ ଜୁନ ପହିଲା ରେ କେନ୍ଦ୍ର ସରକାରଙ୍କ ମେଟେରିଆଲ ବିଲ ପୈଠ ପରେ ବ୍ୟାପକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା,ତାସହ କୋଟଗଡ ବିଡିଓ ଶୁଭକାନ୍ତ ନାୟକଙ୍କ ଦୁର୍ଗାପଙ୍ଗା ପଂଚାୟତ ରେ ପ୍ରାୟ ଦେଢ଼ କୋଟି ଅର୍ଥ ର ହିସାବ ମିଳୁ ନ ଥିବା ନେଇ ଉପରିସ୍ଥ ଜିଲ୍ଲା ଅଧିକାରୀଙ୍କୁ ପତ୍ର ଦ୍ୱାରା ତଦନ୍ତ କରିବାକୁ ସୁପାରିଶ କରାଯାଇଥିବା ଜାଣିବାକୁ ମିଳିଥିଲା | ସେବେଠାରୁ କୋଟଗଡ ବ୍ଲକର ଦୁର୍ଗାପଙ୍ଗା ପଂଚାୟତ ର କର୍ମଚାରୀ ଓ ସରପଞ୍ଚଙ୍କୁ ବିଭାଗୀୟ ଅଧିକାରୀଙ୍କ ତନାଘନା ଦେଖିବାକୁ ମିଳିଥିଲା ଓ ଭିଜିଲାନ୍ସ ମଧ୍ୟ ବାରମ୍ବାର କୋଟଗଡ ଆସି ତଥ୍ୟ ପ୍ରମାଣ ଯୋଗାଡ଼ କରି ଫେରିଥିବା ଦେଖିବାକୁ ମିଳିଥିଲା | କିନ୍ତୁ ତଦନ୍ତ ରେ ଶିଥିଳତା ଦେଖାଦେବାରୁ ବାରମ୍ବାର ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା | ଆଉ ଗତ ୨୯/୫/୨୫ରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପତ୍ର ସଂଖ୍ୟା ୬୮୮ ଅନୁଯାୟୀ ବିଷ୍ଣୁ ଚରଣ ବେହେରା ତତକାଳୀନ ପିଇଓଙ୍କୁ ନିଲମ୍ବନ ଆଦେଶ ସହ ଗତ ୨୮/୫/୨୫ରେ ଜିଲ୍ଲାପରିଷଦ କନ୍ଧମାଳ କାର୍ଯ୍ୟାଳୟ ଜିଲ୍ଲାପାଳ ତଥା ଡିପିସି ମନରେଗା ବିଭାଗ ଦ୍ୱାରା କାର୍ଯ୍ୟାନୁଷ୍ଠାନ ପତ୍ର ସଂଖ୍ୟା ୨୦୯୮ ଅନୁଯାଇ ତତକାଳୀନ ଦୁର୍ଗାପଙ୍ଗା ଜିଆରଏସ ଓ ବର୍ତମାନ ବେଲଘର ଗୁମାପଂଚାୟତ ର ଏଡିଓ ବଳରାମ ସେଠୀଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିବା ନିଲମ୍ବନ ପତ୍ରରୁ ଜଣାପଡିଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.