ସିକେରକୁପା-ଜାମପଦର ମୁଖ୍ୟ ରାସ୍ତା ପାଲିଟିଛି ମରଣଜନ୍ତା: ଯମ ଯନ୍ତ୍ରଣା ଭୋଗୁଛନ୍ତି ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଳକରେ ବର୍ଷ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗି ରହିଛି।ଏଥି ମଧ୍ୟରୁ ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ବ୍ଲକରେ ୨୬ ଗୋଟି ପଞ୍ଚାୟତରେ ୪୭୦ରୁ ଉର୍ଦ୍ଧ୍ବ ଗାଁ ରହିଥିବା ବେଳେ ବର୍ତ୍ତମାନ ମଧ୍ୟ ୬୦ରୁ ଉର୍ଦ୍ଧ୍ବ ଗାଁକୁ ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି ତାହା ବର୍ଷ ବର୍ଷ ଧରି ମରାମତି ହେଉନାହିଁ। ଯାହା ଫଳରେ ଅନେକ ରାସ୍ତା ଖାଲଖମାରେ ଭର୍ତ୍ତୀ ହୋଇ ରହିଥିବା ବେଳେ ଅଞ୍ଚଳବାସୀଙ୍କ ପାଇଁ ମରଣଜନ୍ତା ସାଜିଛି।ଏଭଳି ଏକ ଅଭିଯୋଗ ଆସିଛି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ ସିକେରକୁପା ଠାରୁ ଜାମପଦରକୁ ସଂଯୋଗ କରୁଥିବା ରାସ୍ତା। ଭବାନୀପାଟଣା ଠାରୁ ରାୟଗଡାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ ସିକେରକୁପା ଛକଠାରୁ ଜାମପଦର ସଂଯୋଗ କରୁଥିବା ଏହି ପୂର୍ତ୍ତ ବିଭାଗର ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ବେଳେ ଲାଞ୍ଜିଗଡରୋଡ଼,କଦମଗୁଡା, ଗୋବର୍ଦ୍ଧନପୁର, ଭୁର୍ତ୍ତିଗଡ ଓ କାମର୍ଦ୍ଧା ପଞ୍ଚାୟତର ଶତାଧିକ ଗାଁ ଲୋକେ ବ୍ଳକ କାର୍ଯ୍ୟାଳୟ ଆସିବାକୁ ହେଲେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ଏହା ବ୍ୟତୀତ ବ୍ଲକର ୨୧ ଗୋଟି ପଞ୍ଚାୟତର ଲୋକେ ନର୍ଲା ରେଳ ଷ୍ଟେସନ ଓ ମଦନପୁର ରାମପୁର ତହସିଲ ଓ କାର୍ଯ୍ୟାଳୟକୁ ଯିବାକୁ ପଡୁଛି। ଏବେ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇ ରାସ୍ତାଟି ଲୋକଙ୍କ ପାଇଁ ମରଣଜନ୍ତା ସାଜିଛି। ଏହା ବ୍ୟତୀତ ବର୍ଷା ଦିନରେ ଖାଲଖମାରେ ଭର୍ତ୍ତି ଆବର୍ଜନା ପାଣି ଛିଟୁକୁ ଥିବା ବେଳେ ଲାଞ୍ଜିଗଡରୋଡ଼ କଲେଜ ଆସିବା ପାଇଁ ଛାତ୍ରଛାତ୍ରୀଙ୍କୁ ହଇରାଣ ହେବାକୁ ପଢୁଛି। ରାସ୍ତାଟି ସଙ୍କୁଚିତ ହୋଇ ରହିଥିବା ବେଳେ ରାସ୍ତା ମଝିରେ ବଡ଼ ବଡ଼ ଗର୍ତ୍ତ ଯୋଗୁଁ ଯାତାୟାତରେ ସମସ୍ୟା ଦେଖା ଦେଇଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ଦୃଷ୍ଟି ନଦେବାରୁ ବର୍ଷ ବର୍ଷ ଧରି ରାସ୍ତାର ରକ୍ଷଣାବେକ୍ଷଣ ହୋଇ ପାରୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି ରାସ୍ତା ଗତ ବର୍ଷ ଟେଣ୍ଡର ସରିଥିବା ବେଳେ ଦୁଇଜଣ ଠିକାଦାରଙ୍କର ଝଗଡ଼ା ଯୋଗୁଁ ରାସ୍ତା କାମ ହୋଇପାରୁନାହିଁ ବୋଲି ଚର୍ଚ୍ଚା ହେଉଛି। ଏହି ରାସ୍ତା ପ୍ରତି ଜିଲ୍ଲାପାଳ ତଥା ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମତପ୍ରକାଶ ପାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.