ହୃଦଘାତରେ ସରପଞ୍ଚଙ୍କ ପରଲୋକ

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): ଚକାପାଦ ବ୍ଲକ୍ ବ୍ରାହ୍ମଣପାଦ ସରପଞ୍ଚ ହେମକେଶ ମଳିକ(୫୫)ଙ୍କ ହୃଦଘାତରେ ପରଲୋକ ଘଟିଛି। ଗତକାଲି ସେ କୌଣସି କାମରେ ନିଜ ଗାଡ଼ି ଧରି ଶଙ୍କରାଖୋଲ ଯାଇଥିଲେ। ଫେରିବା ସମୟରେ ଲାଇନ୍ ପଡ଼ା – ନନ୍ଦିନୀ ଘାଟି ରାସ୍ତାରେ ତାଙ୍କୁ ଅଣ ନିଶ୍ୱାସି ଲାଗିଥିଲା ଏବଂ ସେ ଗାଡ଼ିଟିକୁ ଗୋଟିଏ ପାର୍ଶ୍ୱରେ ରଖିଦେଇଥିଲେ। ସେହି ଗାଡ଼ିରେ ବସିଥିବା ବସିଥିବା ଜନୈକା ମହିଳା ସରପଞ୍ଚ ହେମକେଶଙ୍କୁ ଡ୍ରାଇଭିଂ ସିଟ୍ ରେ ଟଳି ପଡ଼ିଥିବା ଦେଖିବାକୁ ପାଇଲେ। ଘଟଣା ସ୍ଥଳରୁ କେହି ଜଣେ ବ୍ୟକ୍ତି ତାଙ୍କୁ ସେହି ଗାଡ଼ିରେ ବ୍ରାହ୍ମଣପାଦ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ। ସ୍ବାସ୍ଥ୍ୟ ଅଧିକାରୀ ଡ଼ା ଦୀପକ ପାତ୍ର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସଦଳବଳ ଚକାପାଦ ଥାନା ଅଧିକାରୀ ଲଳିତ ମୋହନ ସାଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମର ଶରୀରଟିକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି। ଏନେଇ ଚକାପାଦ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନାଧିକାରୀ ସାଗର ସୂଚନା ଦେଇଛନ୍ତି। ସ୍ବର୍ଗତ ସରପଞ୍ଚ ହେମକେଶଙ୍କ ମୃତ୍ୟୁରେ ବ୍ରାହ୍ମଣପାଦ ପଞ୍ଚାୟତ ତଥା ସମଗ୍ର ଚକାପାଦ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.