ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଦୁକାଲଘାଟ ଗାଁ ଧବଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ସମାରୋହରେ ଶୀତଳ ଷଷ୍ଠୀ ପର୍ବ ଅନୁଷ୍ଠିତ ହୋଇଯାଇଛି | ଶଙ୍କର ଥନାପତି, ସନାତନ ଥନାପତି, ସୁଦର୍ଶନ ଥନାପତି ମହାଦେବଙ୍କ ପୂଜା କରିଥିଲେ | ବିଦ୍ୟାଧର ମାଝୀ, ବନିତା ମାଝୀ କର୍ତ୍ତା ରହିଥିଲେ | ଏହି ଉପଲକ୍ଷେ ଅନୁଷ୍ଠିତ ୧୬ ପ୍ରହର ନାମଯଜ୍ଞ ଓ ଶିବ ପାର୍ବତୀଙ୍କ ବିବାହୋତ୍ସବରେ ସୁରେଶ ଠାକୁର ପୂଜକ ତଥା ବଳରାମ ଠାକୁର ଜପକ ଦାୟିତ୍ୱ ତୁଲାଇଥିଲେ | ଚଲକି, ଅନ୍ତର୍ଲା, ଝିଙ୍କିଡୁଙ୍ଗୁରି, ପଟାମରା, କର୍ଲା, ଜଏଁତରା, ଦୁକାଲଘାଟ, ଫଟାମୁଣ୍ଡା, ନୂଆବସ୍ତି (ରେଙ୍ଗାଲି) ପ୍ରଭୃତି ସଂକୀର୍ତ୍ତନ୍ୟ ଦଳ ନାମଯଜ୍ଞରେ ଅଂଶଗ୍ରହଣ କରିଥିଲେ | ସୀତାରାମ ପଣ୍ଡା, ବିକ୍ରମ ପଣ୍ଡା ଚଣ୍ଡି ସ୍ତୋତ୍ର ପାଠ କରିଥିଲେ | ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସାମଗମ ପରିଲକ୍ଷିତ ହୋଇଥିଲା | ରାତ୍ରରେ ଦେଓଗାଁ (କଳାହାଣ୍ଡି)ର ମହିଳା କଳାକାରଙ୍କ ଦ୍ୱାରା ପରିବେଷିତ ‘ଶ୍ରୀରାମ ଲୀଳା’ରେ କଳାକାରଙ୍କ ଉଚ୍ଚକୋଟିର ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା | ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |