ସୋନପୁର ପ୍ରିମିଅର ଲିଗ ୩ୟ ଦିନ; ସୁପର ଜାଏଣ୍ଟସ୍ ଓ ରାମ ଇଲେଭେନ୍ ବିଜୟୀ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର ପ୍ରିମିଅର୍ ଲିଗ୍ ୩ୟ ସଂସ୍କରଣର ତୃତୀୟ ଦିବସର ପ୍ରଥମ ମ୍ୟାଚ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ଟିମ ଡୋମିନେଶନ ତରଭା ଓ ସୋନପୁର ସୁପର ଜାଏଣ୍ଟସ୍ ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି l ଅତିଥି ଭାବରେ ସୋନପୁର ମହାନଦୀ ଧାରାର ଡାଇରେକ୍ଟର ପ୍ଲାବନ ମହାପାତ୍ର, ଆଇନଜୀବୀ ସୁରେଶ ଷlଣ୍ଢ, ଏସଡିସିଏ ପିଚ୍ କ୍ୟୁରୋଟର ସୁଦର୍ଶନ ପାତ୍ର, କୋଚ୍ ରାଜେନ୍ଦ୍ର ନାରାୟଣ ମିଶ୍ର, ଏସପିଏଲ୍ କମିଟି ଅଧ୍ୟକ୍ଷ ବି.ସତ୍ୟ ନାରାୟଣ ରାଓ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ l ସୋନପୁର ସୁପର ଜାଏଣ୍ଟସ୍ ଦଳ ପ୍ରଥମେ ଟସ୍ ଜିଣି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା l ଟିମ୍ ଡୋମିନେଶନ ତରଭା ପ୍ରଥମେ ବ୍ୟାଟିଂ କରି ୧୩ ଓଭର ରେ ୬୨ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲେ l ଦଳ ପକ୍ଷରୁ ବିଶ୍ବ ରଞ୍ଜନ ସାଗର ୨୦ ରନ୍ ଓ ମହମ୍ମଦ ବିଲାଇ ୧୩ ରନ କରିଥିବା ବେଳେ ଧୃବ ପ୍ରହରୀ ୨ ୱିକେଟ ଓ ଭୀଷ୍ମ ହରିପାଲ, ଆବ୍ରରୁଲ ହକ ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ l ମାତ୍ର ସୁପର ଜାଏଣ୍ଟସ ଦଳ ୧୦.୦୨ ଓଭରରେ ୬୬ ରନ କରି ୭ ୱିକେଟରେ ମ୍ୟାଚ୍ ବିଜୟୀ ହୋଇଥିଲା l ଦଳ ପକ୍ଷରୁ ଭୀଷ୍ମ ହରିପାଲ ୩୦ ରନ ଓ ଆକାଶ ପାତ୍ର ୧୩ ରନ କରିଥିବା ବେଳେ ରାକେଶ ସାହୁ ୩ ୱିକେଟ ହାସଲ କରିଥିଲେ l ତରଭାର କାଳୀ ଚରଣ ଦାସ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ l ଖେଳର ପ୍ରତ୍ୟକ୍ଷ ଧାରା ବିବରଣୀ ବି.ଏସ. ରାଓ ପ୍ରଦାନ କରିଥିବା ବେଳେ ବିଶ୍ୱଜିତ୍ ପୁରୋହିତ ଓ ଶ୍ରୀବନ୍ତ ନାୟକ ମ୍ୟାଚ୍ ପରିଚାଳନା କରିଥିଲେ l ଦିନେଶ ଘିବିଲା ଓ ବିଶ୍ଵନାଥ ନାୟକ ସ୍କୋରର ଭାବେ ଦାୟିତ୍ବ ତୁଲାଇ ଥିଲେ l ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମ ଶଙ୍କର ସାହୁ, ସମ୍ପାଦକ ପ୍ରଦୀପ ସେଠୀ, ବରିଷ୍ଠ ସଦସ୍ୟ ଶ୍ୟାମ ସୁନ୍ଦର ପାତ୍ର, ସୁଧାଂଶୁ ଶେଖର ମିଶ୍ର, ବାଙ୍କା ବିହାରୀ ମହଲା, ପ୍ରଦୀପ୍ତ ସେଠୀ, ରାଜେନ୍ଦ୍ର ମିଶ୍ର, ପାର୍ଥ କର ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଏଵଂ ଦ୍ଵିତୀୟ ମ୍ୟାଚ୍ ମା ମାହେଶ୍ଵରୀ ସ୍ପୋଟିଂ ଉଲୁଣ୍ଡା ଓ ରାମ ଇଲେଭେନ୍ ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ମୁଖ୍ୟ ଅତିଥି ଭାବରେ ଏହି ମ୍ୟାଚକୁ ପିଏନବି ମ୍ୟାନେଜର ଶ୍ୟାମ ମହାଲିଙ୍ଗ ଉଦଘାଟନ କରିଥିଲେ l ମା ମାହେଶ୍ଵରୀ ସ୍ପୋଟିଂ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ ଅଲ୍ ଆଉଟ୍ ହୋଇ ସୋନପୁର ରାମ ଇଲେଭେନ୍ ଦଳକୁ ୧୨୮ ରନ ଟାର୍ଗେଟ ଦେଇଥିଲା l ଦଳ ପକ୍ଷରୁ ଅଭିଳାଷ ନାଏକ୍ ସର୍ବାଧିକ ୩୮ ରନ କରିଥିବା ବେଳେ ବିଷ୍ଣୁ ନାଏକ ୪ ଟି ଓ ଗୋବିନ୍ଦ ପାତ୍ର, ସୋମନାଥ କିଶନ ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ l ରାମ ଇଲେଭେନ୍ ଦଳ ୧୪.୪ ଓଭର ରେ ୧୩୧ ରନ କରି ୨ ୱିକେଟ୍ ରେ ଆଜିର ଦ୍ଵିତୀୟ ମ୍ୟାଚ୍ ବିଜୟୀ ହୋଇଛି l ବିଜୟୀ ଦଳ ପକ୍ଷରୁ ଗୋବିନ୍ଦ ପାତ୍ର ୩୬ ବଲ୍ ରେ ସର୍ବାଧିକ ୯୦ ରନ ସଂଗ୍ରହ କରିଥିବା ବେଳେ ବିନୋଦ ଭୋଇ ୨୨ ରନ ସଂଗ୍ରହ କରିଥିଲେ l ସେହିପରି ବି. ପୁରୁଷୋତ୍ତମ ପାତ୍ର ୬ ଟି ୱିକେଟ ଓ ସତ୍ୟମ ସୁନା, ରାଜନ ବେହେରା ୧ ଟି ଲେଖାଏଁ ୱିକେଟ ହାସଲ କରିଥିଲେ l ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଗୋବିନ୍ଦ ପାତ୍ର ଙ୍କୁ ପୁରସ୍କୃତ କରା ଯାଇଛି l ବିଶ୍ୱଜିତ୍ ପୁରୋହିତ ଓ ସୁବାସ ଭୋଇନା ମ୍ୟାଚ୍ ପରିଚାଳନା କରିଥିଲେ l ଦିନେଶ ଘିବିଲା ଓ ବିଶ୍ଵନାଥ ନାୟକ ସ୍କୋରର ଦାୟିତ୍ବ ତୁଲାଇ ଥିବା ବେଳେ ବି ଏସ ରାଓ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.