ବ୍ରେକିଂ : ଡୁଙ୍ଗରିପାଲିରେ ବାତିଲ ହେଲା ଟିଟିଲାଗଡ – ହାୱାଡା ଇସ୍ପାତ ଟ୍ରେନ

ଟିଟିଲାଗଡ,୧୩/୮ : ରେଳ ଧାରଣା ଉପରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଡୁଙ୍ଗରିପାଲି ଷ୍ଟସନରୁ ବାତିଲ ହୋଇଛି ଇସ୍ପାତ ଟ୍ରେନ । ସୂଚନୀଯୋଗ୍ୟଯେ, ଆଜି ନିର୍ଦ୍ଧାରିତ ସମୟରେ ଟିଟିଲାଗଡ ରେଳ ଷ୍ଟେସନ ଠାରୁ 12872 DN ଟିଟିଲାଗଡ – ହାୱାଡା ଟ୍ରେନ ଛାଡିଥିଲା । ଟ୍ରେନଟି ବରପାଲି ଷ୍ଟେସନ ପହଞ୍ଚିବାକୁ କିଛି ସମୟ ବାକି ଥିବାବେଳେ ରେଳଟ୍ରାକ ଉପରେ ବର୍ଷା ପାଣି ଯାଉଥିବା ଦେଖାଯାଇଥିଲା । ଯାହାଫଳରେ ଟ୍ରେଟଟି ଆଉ ଆଗକୁ ଯାଇନପାରି ପୁଣିଥରେ ପଛକୁଫେରି ଡୁଙ୍ଗୁରିପାଲି ଷ୍ଟେସନରେ ପହଞ୍ଚିବା ପରେ ଟ୍ରେନକୁ ବାତିଲ ଘୋଷଣା କରାଯାଇଛି । ଆଜି ସାଧାରଣ ଯାତ୍ରୀଙ୍କ ଛଡା ଅନେକ ଛାତ୍ର ଛାତ୍ରୀ ଓଟିଇଟି ପରିକ୍ଷା ଦେବାକୁ ଏହି ଟ୍ରେନରେ ସମ୍ବଲପୁର ଯାଉଥିଲେ । ବର୍ତ୍ତମାନ ଏହି ଟ୍ରେନ ବାତିଲଯୋଗୁଁ ଛାତ୍ରଛାତ୍ରୀ ମାନେ ପରିକ୍ଷା ଦେଇପାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ।

ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.