ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ସଇଁତଳା ବନ୍ଦ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲାର ସଇଁତଲାକୁ ଏନଏନଏସି ମାନ୍ୟତା ଦାବି ତୀବ୍ର ଋପ ନେଇଛି। ସମସ୍ତ ଭିତ୍ତିଭୂମି ଥିବାବେଳେ ରାଜ୍ୟ ସରକାର ସଇଁତଲାକୁ ଏନଏସି ମାନ୍ୟତା ଦେଇନାହାନ୍ତି। ଗତ ସରକାର  ଏହି ସହରକୁ ଏନଏସି ମାନ୍ୟତା ଘୋଷଣା କରିଥିଲେ, କିନ୍ତୁ ବର୍ତ୍ତମାନର ସରକାର ଲୋକଙ୍କ ଦୀର୍ଘଦିନର ଦାବୀକୁ ଅଣଦେଖା କରିଛନ୍ତି। ଗତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ସଇଁତଲାର ନାଁ ନାହିଁ। ତେଣୁ ବିଜୁ ଜନତା ଦଳ ପକ୍ଷରୁ ଆଜି ୨୬ ନମ୍ବର ଜାତୀୟ ରାଜପଥକୁ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ରଖି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ପିକେଟିଙ୍ଗ କରି ଦୋକାନ ବଜାର ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି। ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ବିଜୁ ଜନତା ଦଳ ସଙ୍ଗେ ସଙ୍ଗେ, ପଂଚାୟତ ଳବାସି ସମତେ ବିଭିନ୍ନ ସଂଗଠନ, ସମସ୍ତ ବର୍ଗର ଲୋକେ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି। ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ,  ଜିଲ୍ଲା ପରିଷଦ ପ୍ରମୋଦ କୁମାର ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ବୁଢାବାହାଲ ପଂଚାୟତର ପୂର୍ବତନ ସରପଞ୍ଚ କପିଳ ଭୋଇ, ଯୁବନେତା ନିଲୁ ମହାନନ୍ଦ, ବିବିନା ସରପଞ୍ଚ ପୁରୁଷୋତ୍ତମ କଳତା ପ୍ରମୁଖ ଏଥିରେ ଉପସ୍ଥିତ ଅଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.