ମାଁ ମାଣିକେଶ୍ଵରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ମାଁ ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୨୭ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏ‌ହି ଉତ୍ସବ ଗତ ୧୮ ତାରିଖ ଠାରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ବାଳକ ଓ ବାଳିକା ବିଭାଗରେ ୧୮ଟି ଇଭେଣ୍ଟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ଦୌଡ଼, ମାରାଥନ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଡିସ୍କସ ,ଜେଭଳିନ, ଷଟପୁଟ,କବାଡି, ଭଲିବଲ, ମ୍ୟୁ ଜିକ ଚୈୟାର,ପ୍ରଭୃତି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ଆଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ ଯୋଗ ଦେଇଥିବା ବେଳେ,ସମ୍ମାନୀତ ଅତିଥି ଭାବରେ ସ୍ଥାନୀୟ ଭାରତୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଜୟକୃଷ୍ଣ ମେହେର, କ୍ଷେତ୍ର ଅଧିକାରୀ ଶମ୍ଭୁନାଥ ସ୍ୱାଇଁ ,ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ମାଣିକ୍ୟ ଚନ୍ଦ୍ର ନାୟକ, ଏମ ଏମ ଡି ସି ଅଧ୍ୟକ୍ଷ ସମୀର ରଞ୍ଜନ ସାହୁ, ଅଧ୍ୟାପକ ବିରଞ୍ଚି ସାହୁ ପ୍ରମୁଖ ଯୋଗଦେଇ କ୍ରୀଡାର ଉଲ୍ଲେଖନୀୟ ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ସରୋଜ କୁମାର ପଟ୍ଟଯୋଶୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ରୀଡା ଶିକ୍ଷକ ବନବିହାରୀ ପରିଡା କ୍ରୀଡା ପରିଚାଳନା କରିଥିଲେ। ସଭାକୁ ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଉଦ୍ଧବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ୨୭ତମ କ୍ରୀଡା ଉତ୍ସବରେ ବାଳକ ବିଭାଗରେ କୈଳାଶ ଚନ୍ଦ୍ର ମାଝୀ ଓ ବାଳିକା ବିଭାଗରେ ରଂଜିତା ବାଗ ଚମ୍ପିୟାନ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.