ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଶକ୍ତିଶ୍ରୀ ଏବଂ ଧର୍ମଗଡ କୋର୍ଟ କର୍ତ୍ତୃପକ୍ଷଙ୍କ ମିଳିତ ଆନକୂଲ୍ୟରେ ସେକ୍ସସୁଆଲ ହାରସମେଣ୍ଟ ଉପରେ ଏକ ସଚେତନାତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। କଲେଜ୍ ଅଧ୍ଯକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା ଙ୍କ ସଭାପତିତ୍ବ ରେମୁଖ୍ୟ ଅତିଥି ରୂପେ ଶ୍ରୀ ଗୁଣ୍ଡିଚା ସାମନ୍ତ ସିଂ ଏଡି ଜେ କମ୍ ଚେଆର ମେନ୍ ଟି ମ୍ ଏଲଏସ ସି ଧର୍ମଗଡ, ଅନ୍ୟତମ୍ ଅତିଥି ରୁପେ ଶ୍ରୀମତୀ ଇପ୍ସୂସିତା ମହାନ୍ତି ସିନିଅର୍ ସିଭିଲ ଜଜ୍ ଧର୍ମଗଡ,ଶ୍ରୀ ଶ୍ରୀକାନ୍ତ ପାଢ଼ୀ ଏସ ଡି ଜେ ଏମ୍ ଧର୍ମଗଡ, ଶ୍ରୀ ସନ୍ତୋଷ ସୈନିକ ଏସ ଆଇ ଧାର୍ମଗଡ, ଶ୍ରୀମତୀ ସଂଯୁକ୍ତା ପଣ୍ଡା ରିଟେନର ଫ୍ରଣ୍ଟ ଅଫିସର୍ ଧର୍ମଗଡ ଯୋଗ ଦେଇ ଛାତ୍ରୀ ମାନଙ୍କୁ ସେକ୍ସସୁଆଲ ହାରସ୍ମାମେଣ୍ଟ ଉପରେ ନିଜର ମୁଁହ ଖୋଲିବାକୁ ପରାମର୍ଶ ଦେଇଥିଲେ। ନିଜର ହକ୍ କୁ ନିଜେ ଚିହ୍ନିଲେ ହିଁ ସମାଜରେ ପ୍ରତିନିଧିତ୍ଵ କରିହୁଏ। ଘରେ ବାହାରେ ସ୍କୁଲ କଲେଜ୍ ବସ୍ ଯେଉଁଠି ହେଲେ ବି ଏହାର ଜବାବ୍ ଦେବାକୁ ହୁଏ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି, ସୁଜାତା ମହାନ୍ତି, ଅଧ୍ୟାପକ ସରୋଜ କୁମାର ମେହେର, ଅର୍ଚ୍ଚନା ଗୁଛି, ଲୁସି ଗୌଡ଼, ଝରଣା ପ୍ରଧାନୀ, ରୋଜାଲିନ୍ ଚିନାରା ସହକାରୀ ଗ୍ରନ୍ଥାଗାରିକ ଲକ୍ଷପତି ନାଏକ ଉପସ୍ଥିତ ଥିଲେ। କଲେଜର ଶତାଧିକ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।





