ଜେଲ ଗଲା ଭାତ୍ରୁହନ୍ତା

ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ଭାଇର ମୃତ୍ୟୁ ପ୍ରସଙ୍ଗ

ଓଡ଼ିଆ ବାର୍ତ୍ତା/ ମୁନିଗୁଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ମୁନିଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନିୟମଗିରି ପର୍ବତ୍ୟାଞ୍ଚଳ ଡ଼ଙ୍ଗରିଆ ଗ୍ରାମ ଗୋରଠାରେ ଗତ ବୁଧୁବାର ସାନଭାଇ ନିଜ ବଡଭାଇ ଗୁଲଟା ଜାକେସିକାକୁ ଟାଙ୍ଗିଆରେ ମାରିଦେଇ ଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ବଡ଼ ଭାଇ ଗୁଲଟା ଜାକେସିକା ଘଟଣା ସ୍ଥଳରେ ହିଁ ମୃତ୍ୟ ବରଣ କରିଥିବା ବେଳେ ସାନ ଭାଇ ଆଦୁ ଜାକେସିକା ଘଟଣା ପରେ ଫେରାର ହୋଇଯାଇଥିଲା । ଏନେଇ ଏସଡିପିଓ ସନ୍ତୋଷୀନି ଓରାମଙ୍କ ନିର୍ଦେଶକ୍ରମେ ମୁନିଗୁଡା ଥାନା କେଶ ନମ୍ବର ୧୨୬/୨୬ ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ସାନ ଭାଇକୁ ପୋଲିସ ଖୋଜୁଥିଲା । ତେବେ ଶୁକ୍ରବାର ଦିନ ନିୟମଗିରି ପର୍ବତ୍ୟାଞ୍ଚଳର କଲ୍ୟାଣସିଂପୁର ଅଞ୍ଚଳରୁ ଗିରଫ କରିଥିବା ବେଳେ ଶନିବାର ଅଭିଯୁକ୍ତ ସାନ ଭାଇ ଆଦୁ ଜାକେସିକାକୁ କୋର୍ଟକୁ ସ୍ଥାନାନ୍ତର କରିଥିବା ନେଇ ମୁନିଗୁଡା ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.