କଳାହାଣ୍ଡି/ନର୍ଲା,୨୬/୧: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ଚପଟଖଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୭୧ତମ ଗଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଅନନ୍ତ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେରେ ଅବସରପ୍ରାପ୍ତ ସେନା ଅଧିକାରୀ ଶ୍ୟାମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ ବଦ୍ରିପ୍ରସାଦ ମିଶ୍ର, ଅବସରପ୍ରାପ୍ତ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଗଙ୍ଗାଧର ଷଡ଼ଙ୍ଗୀ ଯୋଗଦେଇଥିଲେ। ଶିକ୍ଷକ ଝସକେତନ ବଗର୍ତ୍ତୀ ଓ ଆର୍ଯ୍ୟକୁମାରୀ ପ୍ରାଚୀପ୍ରଭା ସମାରୋହ ପରିଚାଳନା କରିଥିବା ବେଳେ କମଳ ଲୋଚନ ଭଦ୍ର ଧନ୍ୟବାଦ ଅର୍ପଣ କରିଥିଲେ। ହେମନ୍ତ ଭୋଇ, ରାଜକିଶୋର ରଣା, ତରୁଣ କୁମାର ପାଣ୍ଡେ, ତୋଫାନ କୁମାର ସାହୁ, ବବୁନ କୁମାର ପରିଡ଼ା, ପ୍ରତ୍ୟୁଷ ମୁଣ୍ଡ, ବିଶ୍ୱଜିତ ମହାପାତ୍ର, ମୋନାଲିସା ଚନ୍ଦନ, ବନ୍ଦନା ସ୍ୱାଇଁ, ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ ପବିତ୍ର ସାହୁ, ଦୁର୍ଯ୍ୟୋଧନ ଗଉଡ଼, ପୁରୁଷୋତ୍ତମ ହରିଜନ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ।
ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ odiabarta.in
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ